ସମ୍ଭାବ୍ୟ ବାତ୍ୟାକୁ ନେଇ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହିବାକୁ କହିଲେ ମୋହନ ମାଝୀ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଜାରି ରହିଛି ପ୍ରସ୍ତୁତି। ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିଲାଣି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକମାନଙ୍କୁ ବାତ୍ୟାକୁ ନେଇ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଅଞ୍ଚଳର ବିଧାୟକଙ୍କୁ ନିଜ ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ରହିଛନ୍ତି। ବିଧାୟକମାନେ ପ୍ରଶାସନ ସହ ସମନ୍ବୟ ରକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟରେ ତ୍ବରାନିତ୍ବ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟରେ ଲୋକଙ୍କୁ ସହାୟତା ଦେବାକୁ ଚେଷ୍ଟିତ ହୁଅନ୍ତୁ ବୋଲି ବିଧାୟକମାନଙ୍କୁ କହିଛନ୍ତି। 

ସୂଚନାଥାଉକି, ସମ୍ଭାବ୍ୟ ବାତ୍ୟା ବାତ୍ୟା ଦାନା ମଙ୍ଗଳବାର ସନ୍ଧ୍ୟାରେ ଅବପାତରୁ ଗଭୀର ଅବପାତରେ ପରିଣତ ହୋଇସାରିଛି। ବର୍ତ୍ତମାନ ଏହା ପାରାଦୀପ ଠାରୁ ୬୯୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ ଏହି ଅବପାତ। ଘଣ୍ଟାକୁ ୭ କିମି ବେଗରେ ଗତି କରୁଥିବା ଏହି ଅବପାତ ୨୪ ତାରିଖରେ ଭୀଷର ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.