ଭୁବନେଶ୍ୱର 22/10 : ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗକୁ ମାଡ଼ିଆସୁଛି ବାତ୍ୟା ଦାନା। ଆଲର୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ। ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ତେବେ ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ। ପରେ ଏହା ୨୩ ତାରିଖ ସକାଳେ ବାତ୍ୟାରେ ରୂପ ନେବ। 24 ରାତି କିମ୍ବା 25 ସକାଳେ କରିପାରେ ଲ୍ୟାଣ୍ଡଫଲ୍। ତେବେ ମନରେ ପ୍ରଶ୍ନ ଆସୁଥିବ ବାତ୍ୟାର ନାଁ ଦାନା କାହିଁକି। କଣ ତାର ଅର୍ଥ ଆସନ୍ତୁ ଜାଣିବା।
ବାତ୍ୟା ଦାନାର ନାମକରଣ କରିଛି ସାଉଦିଆରବ। ଏହି ନାମକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି 14 ଟି ଦେଶ। ବାତ୍ୟାର ନାମକରଣ ଆରବୀ ଭାଷାରେ ହୋଇଛି। ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବା ମୁକ୍ତା ।
କୁହାଯାଏ ଅକ୍ଟୋବର ମାସ ବାତ୍ୟାର ମାସ।ଗତ ୧୯୯୯ ମସିହାରୁ ଏପର୍ଯ୍ୟନ୍ତ ଓଡ଼ିଶା ଦେଖିଲାଣି ଏକାଧିକ ବାତ୍ୟା, ତା ପୁଣି ସେହି ଅକଟୋବର ମାସରେ । ୧୯୯୯ ଅକଟୋବର ୨୯ରେ ମହାବାତ୍ୟାରେ ଛିନଛିତ୍ର ହୋଇଥିଲା ଓଡ଼ିଶାର ପୂର୍ବ ଉପକୂଳର ବହୁ ଇଲାକା । ସେହିପରି ୨୦୧୩ ଅକ୍ଟୋବରରେ ଆସିଥିଲା ‘ଫାଇଲିନ୍’ । ସେ ବି ଉଜାଡ଼ି ଦେଇଗଲା । ତାପଛକୁ ପଛ ୨୦୧୪ ଅକ୍ଟୋବର ୧୨ ରେ ‘ହୁ଼ଡହୁଡ୍’ ବି ରଚିଥିଲା ତାଣ୍ଡବ । ଏହାପରେ ୨୦୧୮ ଅକଟୋବର ୧୦ରେ ‘ତିତଲି’ ବାତ୍ୟା ନିଦ ହଜାଇ ଦେଇଥିଲା ଓଡ଼ିଶା ଉପକୂଳରେ । ଆଉ ଏବେ ପୁଣି ଅକ୍ଟୋବର ମୁଣ୍ଡ ଟେକିଛି ବାତ୍ୟା। ଯାହାର ନାମକରଣ ହୋଇଛି ‘ଦାନା’। ତେବେ ବାତ୍ୟା ପ୍ରବଣ ଅକଟୋବର ମାସରେ ବଦଳୁଥିବା ଓଡ଼ିଶାର ପାଣି ପବନର ସ୍ଥିତି ଏବଂ କିଛି ବିଦେଶୀ ମଡେଲ୍ ଗୁଡ଼ିକର ପୂର୍ବାନୁମାନ, ଶଙ୍କା ବଢ଼ାଉଛି । ଅଧିକାଂଶ ମଡେଲ୍ ବାତ୍ୟା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ।
ତେବେ ବାତ୍ୟା ଦାନାର ପ୍ରଭାବା ୨୪ ଓ ୨୫ରେ ସବୁଠୁ ଅଧିକ ରହିବ ପ୍ରକୋପ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ୨୪ ତାରିଖ ପାଇଁ ୭ ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ସେହି ଜିଲ୍ଲାଗୁଡିକ ହେଲା – ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ। ଅନ୍ୟପଟେ ବାତ୍ୟସର ଲ୍ୟାଣ୍ଡଫଲ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ଜାତୀୟ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା। ତାକୁ ନଜରରେ ସତର୍କତାତା ଅବଲମ୍ବନ କରିଛନ୍ତି ରାଜ୍ୟସରକାର।
Also Read- ଆଜିର ଇତିହାସ: ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା ଚନ୍ଦ୍ରଯାନ-୧