ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ; ଅଫିସକୁ ଠିକ୍ ସମୟରେ ଆସ, ନହେଲେ…

Published By : Prameya-News7 Bureau | January 28, 2025 IST

ଭଦ୍ରକ ୨୮।୦୧ : ଜିଲ୍ଲାପାଳଙ୍କ ଆଦେଶ । ସମସ୍ତ ସରକାରୀ କର୍ମଚାରୀ ସଠିକ ସମୟରେ ଅଫିସକୁ ଆସବା ଦରକାର । ନହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ । ବିଳମ୍ବରେ ଆସୁଥିବା ସରକାରୀ କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏପରି ନିର୍ଦ୍ଦେଶ ଦେଇଛନ୍ତି ।  

ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଆଦେଶ ପତ୍ର ଅନୁଯାୟୀ, କେତେକ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବାର  ସୂଚନା ହସ୍ତଗତ ହୋଇଛି । ଯାହାକି  ସରକାରୀ କର୍ମଚାରୀ ଆଚରଣ ନିୟମ ୧୯୫୯ ଅଧିନର ନିୟମ ୩କୁ ଉଲଘଂନ କରୁଛି । ତେଣୁ ସରକାରୀ କର୍ମଚାରୀଙ୍କୁ ଦିନ ୧୦ କିମ୍ବା ତାପୂର୍ବରୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପିରିକି ଆବଶ୍ୟକ ସ୍ଥଳେ ସଠିକ ସମୟ ଠାରୁ ୧୦ ମିନିଟ୍‌ ବିଳମ୍ବ ହେଲେ ବିଚାରକୁ ନିଆଯିବ । ଅଧିକ ସମୟ ବିଳମ୍ବରେ ଅଫିସର ପହଞ୍ଚିବା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଯଦି କୌଣସି କର୍ମଚାରୀ ଠିକ୍‌ ସମୟରେ ଅଫିସ ନଆସୁଛନ୍ତି । ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । 

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ମେଡିକାଲରେ ଭର୍ତ୍ତି

 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.