ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ; ସେଣ୍ଟ୍ରାଲ୍ ଜେଲ୍‌ରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍

Published By : Prameya-News7 Bureau | February 22, 2025 IST

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ଏକ ଜେଲରୁ ଆସିଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣେ କଏଦୀ ଏଭଳି ଫୋନ୍ କଲ୍ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଦୋସାର ସାଲାବାସ ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଆଜୀବନ ଜେଲଦଣ୍ଡ କାଟୁଥିବା ଦୋଷୀ ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସିଏମ୍ ଭଜନଲାଲ୍ ଶର୍ମା ଜୀବନରୁ ମାରିଦେବାକୁ କହିଛି ।  

ପୋଲିସ ରିଙ୍କର ମୋବାଇଲକୁ ଟ୍ରାକ୍ କରି ସାଲାବାସ ଜେଲରେ ପହଞ୍ଚିଛି । ପୋଲିସର ସୂଚନା ଅନୁଯାୟୀ, ଭୋର ପ୍ରାୟ ୩.୧୭ ମିନିଟରେ ଟିମ୍ ଜେଲରେ ପଶି ଛାନଭୀନ ଜାରି ରଖିଛି । ଏହା ସହିତ ରିଙ୍କୁ କଲ୍ କରିଥିବା ମୋବାଇଲକୁ ଜବତ କରିଛି । ଜଣେ ଅଧିକାରୀ କହିଛନ୍ତି, ଜେଲ ଭିତରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ଦୋଷୀ ଉପରେ ଆଗକୁ ଆକ୍ସନ ନିଆଯିବ। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମାଙ୍କୁ ଦାସା ସେଣ୍ଟ୍ରାଲ ଜେଲରୁ ହତ୍ୟା ଧମକ ଆସିଥିଲା ।

ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ରିଙ୍କୁ ଜେଲ୍‌ରେ ଏବେ ବନ୍ଦ ଅଛି । ସେ ୨୦୨୨ରେ ଡାସା ସେଣ୍ଟ୍ରାଲ ଜେଲକୁ ଆସିଥିଲା । ବନ୍ଦ କୋଠରୀରୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସିଥିବାରୁ, ଜେଲ୍ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ସେଣ୍ଟ୍ରାଲ୍ କରାଗାର ଭିତରକୁ କିପରି ମୋବାଇଲ୍ ଫୋନ୍ ଗଲା ? ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି କି ? ଜେଲ୍ କର୍ତ୍ତୃପକ୍ଷଙ୍କ ଧ୍ୟାନ ଏହା ଉପରେ ରହିଛି କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।....    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.