ଯମୁନା ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୫ ମୃତ

Published By : Prameya-News7 Bureau | November 21, 2024 IST

ନୂଆଦିଲ୍ଲୀ ୨୧।୧୧; ଯମୁନା ଏକ୍ସପ୍ରେସ୍‌ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଉତ୍ତରପ୍ରଦେଶର ଆଲିଗଡ଼ ଦେଇ ଯାଇଥିବା ଏକ ଟ୍ରକ୍ ଓ ଡବଲ୍ ଡେକର ବସ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ଯମୁନା ଏକ୍ସପ୍ରେସ୍‌ୱେର ୫୬ ନମ୍ବର ପଏଣ୍ଟରେ ଏହି ଘଟଣା ଘଟିଥିଲା। ଡବଲ ଡେକର ବସ୍‌ଟି ଦିଲ୍ଲୀରୁ ଆଜମଗଡ଼ ଅଭିମୁଖେ ଯାଉଥିଲା। ଟ୍ରକ୍‌ଟି ମଧ୍ୟ ଦିଲ୍ଲୀରୁ ଆଗ୍ରା ଆଡକୁ ଯାଉଥିଲା। ଏହି ସମୟରେ ବସ୍‌ଟି ଟ୍ରକ୍ ସହ ଧକ୍କା ହୋଇଥିଲା। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର କଣ୍ଡକ୍ଟର ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣା ପରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ହୋଇଥିଲା। ରାଜପଥରେ ପାଟ୍ରୋଲିଂ କରୁଥିବା ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.