ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତା ସରମୁହାଣ ଉଲବା ମାଝୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଟୋଇ ବୃଦ୍ଧଙ୍କୁ ବାଇକ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ବାଇକ ଚାଳକ ହେଲେ କୁତୁମୁଣ୍ଡା ଗାଁ ରାଜେଶ ସାହୁ ଓ ବୃଦ୍ଧ ହେଲେ ତେଣ୍ଡାପଦରଗାଁର ରକ୍ଷାକାରୀ ନାୟକ। ବାଇକରେ ଥିବା ଅନ୍ୟ ଜଣଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସରମୁହାଣ ଗ୍ରାମ ନିକଟରେ ଥିବା ଢାବା ନିକଟରେ ଏକ ତେଣ୍ଡାପଦର ରକ୍ଷାକାରୀ ନାୟକ (୫୦) ଚାଲି ଚାଲି ଯାଉଥିବା ବେଳେ ଏକ ବାଇକରେ କୁତୁମୁଣ୍ଡା ଗ୍ରାମର ରାଜେଶ ସାହୁ (୧୯) ଓ ପୋଢମୁଡ ଗ୍ରାମର ଚୁଡାମଣି କାଣ୍ଡ ନାମକ ଜଣେ ଯୁବକ ପାଟଣାଗଡ଼ ପଟକୁ ଆସୁଥିଲେ। ଢାବା ନିକଟରେ ବାଇକ୍ଟି ରକ୍ଷାକାରୀଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ରକ୍ଷାକାରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ନିକଟରେ ଥିବା ପୋଲ ତଳକୁ ଛିଟିକି ହୋଇ ପଡି ବାଇକ୍ ଚାଳକ ରାଜେଶଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ରାଜେଶଙ୍କ ସହ ପୋଢମୁଡ ଅଞ୍ଚଳର ଯୁବକ ଗୁରୁତର ହୋଇପଡ଼ିଥିବା ଜଣାପଡିଛି।