ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି, ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର

Published By : Prameya-News7 Bureau | February 07, 2025 IST

ଭୁବନେଶ୍ୱର ୦୭/୦୨: ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ । ମାଲକାନଗିରି କୃଷି ବିଭାଗର ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନ ଗିରଫ । 

ସୂଚନା ଥାଉକି, ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ଘଟଣା, ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଜଣେ ଅଧିକାରୀ ଏତେ ଟଙ୍କା କେମିତି ଓ କେଉଁଠୁ ଆଣିଲେ, ଘରେ କାହିଁକି ରଖିଥିଲେ ତାହା ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ ତଦନ୍ତ ଜାରି ରଖିଛନ୍ତି ଭିଜିଲାନ୍ସ । 

ସେପଟେ ସାମ୍ନାକୁ ଆସୁଛି ପ୍ରକଳ୍ପ ନିର୍ଦ୍ଦେଶକଙ୍କ କେଳେଙ୍କାରୀ । ଲେବରଙ୍କ ନାଁରେ କୋଟି କୋଟି ଚଳୁ,ସାମ୍ନାକୁ ଆସିଲା ଠକେଇର ଗଂଜାମ ଲିଙ୍କ୍ । ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ଯେତେ ଖୋଳିଲେ ସେତେ ବାହାରୁଛି । ତଦନ୍ତ ବେଳେ ଜଣାପଡିଛି ସଂପୃକ୍ତ ଅଧିକାରୀ କର୍ମଚାରୀଙ୍କ ସହ ମିଶି ଆତ୍ମସାତ କରୁଥିଲେ ଟଙ୍କା । 

ତଦନ୍ତ ବେଳେ ତାଙ୍କ ସହକର୍ମୀ ଡିଇଓ ବିଶ୍ବଜିତ ମଣ୍ଡଳ  ଓ ଅନ୍ୟ ଜଣେ କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ନିକଟରୁ ମିଲିଛି ଲେବର ମାନଙ୍କର ପୁଳା ପୁଳା ପାସବୁକ । ଲେବର ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପରିଚାଳିତ କରୁଥିଲେ ତିନି ଜଣ । ବିଭିନ୍ନ ପ୍ରକଳ୍ପ ରେ କାମ ହୋଇ ନଥିଲେ ମଧ୍ୟ କାମ ହୋଇଯାଇଥିବା ଦେଖାଇ ଏହି ଆକାଉଣ୍ଟ ମଧ୍ୟମରେ ସରକାରୀ ଅର୍ଥ ହଡପ କରୁଥିଲେ ଓ ନିଜ ଭିତରେ ବାଣ୍ଟୁ ଥିଲେ । 

ଠିକାଦାରଙ୍କୁ ଲାଞ୍ଚ ଟଙ୍କା ନେବା ପାଇଁ ଗଞ୍ଜାମ ଜିଲ୍ଲାର ଜଣେ ଜନ ସେବା କେନ୍ଦ୍ର ମାଲିକ ଅଲେଖ ପ୍ରଧାନ ଙ୍କୁ ରଖାଯାଇଥିଲା ବୋଲି ଜାଣିବାକୁ ପାଇଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଶାନ୍ତନୁ ମହାପାତ୍ରଙ୍କ ଘରୁ ୨ କୋଟି ଟଙ୍କା ନଗଦ ମିଳିସାରିଛି । ଲକର ଭିତରୁ ଜବତ ଜମି କାଗଜପତ୍ର ନେଇ ଚାଲିଛି ଯାଂଚ । 

also read...

ଦାବି ଶୁଣିଲେ ଉଠିବୁ, ମିଶନ ଶକ୍ତି ଘର ଆଗରେ ଶହ ଶହ ମହିଳାଙ୍କ ଗର୍ଜନ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.