ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଫେକ୍ ଫଟୋ ଭାଇରାଲ୍, ସ୍ବର୍ଗତ ଦାମ ରାଉତଙ୍କ ଫଟୋ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ ଲଗାଯାଇଥିବା ଅଭିଯୋଗ

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର ୧୪।୫: ଆଠଗଡର ବିଧାୟକ ତଥା କୃଷିମନ୍ତ୍ରୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଫଟୋ ଭାଇରାଲ୍ ପରେ ଏହା ମିଛ ବୋଲି କହିଛନ୍ତି ଖୋଦ୍ ରଣେନ୍ଦ୍ର । ଏହା ତାଙ୍କର ଏକ ପୁରୁଣା ଫଟୋ ବୋଲି କହିବା ସହ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ରଣେନ୍ଦ୍ର । ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବା ସହ ଆଇନଗତ ଲଢେଇ ଲଢିବେ ବୋଲି ରଣେନ୍ଦ୍ର କହିଛନ୍ତି । ଏ ଭାଇରାଲ ଫଟୋ ତାଙ୍କ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ରାଜା ସ୍ବାଇଁ କହିଛନ୍ତି ।

ତେବେ ଭାଇରାଲ୍ ଫଟୋଟିରେ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ସେହି ଫଟୋକୁ ଫେକ୍ ବୋଲି ଦର୍ଶାଇଛନ୍ତି ରାଜା ସ୍ୱାଇଁ । ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ Xରେ ୨ଟି ଫଟୋ ପୋଷ୍ଟ କରିଛନ୍ତି । ଅନ୍ୟଟି ହେଉଛି ଦିବଙ୍ଗତ ନେତା ଦାମୋଦର ରାଉତ ଆଶୀର୍ବାଦ କରୁଥିବା ଫଟୋ । ଯେଉଁ ଫଟୋଟି ଅସଲି । କିନ୍ତୁ ଫେକ୍ ଫଟୋରେ ଦାମଙ୍କ ସ୍ଥାନରେ ପାଣ୍ଡିଆନଙ୍କ ଫଟୋକୁ ଯୋଡ଼ାଯାଇଛି । ଏନେଇ ରାଜା ଲେଖିଛନ୍ତି, କିଛି ଦୁର୍ବୃତ୍ତ ସୋସିଆଲ୍ ମିଡ଼ିଆରେ ଏଭଳି ଏକ ଫେକ୍ ଫଟୋକୁ ଭାଇରାଲ୍ କରି ଚାଲିଛନ୍ତି । ଏଭଳି ମିଥ୍ୟା ଖବରଠାରୁ ଦୂରେଇ ରୁହନ୍ତୁ ।




You Can Read :

ତିଗିରିଆରେ ପାଣ୍ଡିଆନ୍‌ଙ୍କ ପ୍ରଚାର, ଲକ୍ଷେ ଭୋଟ୍ ବ୍ୟବଧାନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.