ଭୁବନେଶ୍ବର ୨୭।୩: ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ ।
ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରିଗୃହ ମଧ୍ୟରେ ଗଙ୍ଗା ଜଳ ପକେଇଥିଲେ । ବିଜେଡି ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ । ଯାହା ପରେ ବିଜେଡିର ବିଧାୟକ ମାନେ ବାହାରକୁ ଚାଲି ଯାଇଥିଲେ ।
ଏହାକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀ କହିଥିଲେ, ଏହି ଗୃହ ଏକ ସ୍ଥାୟୀ ଓ ପବିତ୍ର ଗୃହ । କୌଣସି କାର୍ଯ୍ୟପକ୍ଷ ହେଉ କି ପ୍ରତିପକ୍ଷ ହେଉ ଏଭଳି କାର୍ଯ୍ୟ ନାହିଁ ଯାହା ଗୃହକୁ ଅପବିତ୍ର କରିବ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠିକଠାକ ହେଉ । ଗୃହ ସେଥିରେ ଲାଭାନିତ୍ୱ ହେବ ।
You Can Read:
ଦୌଡ଼ିବା ବେଳେ ଅଚେତ ହୋଇଗଲେ ପରୀକ୍ଷାର୍ଥୀ, ମୃତ ଘୋଷଣା କଲେ ଡାକ୍ତର