ପୁଣି ବିସ୍ଫୋରକ ବୟାନ ଦେଲେ ବିଜେଡି ସାଂସଦ ମୁନ୍ନା ଖାଁ, ‘ସରକାରକୁ ଆସିବାକୁ ଆମକୁ ୫ବର୍ଷ ଅପେକ୍ଷା କରିବାକୁ ପଡିନପାରେ’

Published By : Prameya-News7 Bureau | November 03, 2024 IST

ଭୁବନେଶ୍ବର ୩।୧୧: ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ବିସ୍ଫୋରକ ବୟାନ । ବିଜେଡ଼ି ସରକାରକୁ ଆସିବାକୁ ଆମକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିନପାରେ । ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ ? ଅଧିକାଂଶ ଆମ ଲୋକ ସେଠି ଅଛନ୍ତି ବୋଲି ମୁନ୍ନା କହିଛନ୍ତି । ସମୟକୁ ଅପେକ୍ଷା କରନ୍ତୁ । ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ ।

ସେ ଆହୁରି କହିଛନ୍ତି, ମୁଁ ସଭାରେ କହିଛି ବିଜେପି ବିଧାୟକ ବିଜେଡ଼ି ଲିଙ୍କ୍‌ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ । ଯାହା କହିଛି କର୍ମୀଙ୍କୁ କହିଛି । ଏହା ଆମର ରଣନୀତି । ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି । ସମୟକୁ ଅପେକ୍ଷା କରନ୍ତୁ ।

ସରକାରକୁ ନେଇ ସବୁଠି ଅସନ୍ତୋଷ । ଜୟନାରାୟଣ ମିଶ୍ର ମୋ ବଡ ଭାଇ । ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ । ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ । ସେ କାଇଁ ଦଳ ବିଷୟରେ ଚିନ୍ତା କରୁଛନ୍ତି । ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି । ଦଳ ବିଷୟରେ ଚିନ୍ତା କରି ନିଜ ବିପି ବଢାନ୍ତୁନି ବୋଲି ସାଂସଦ କହିଛନ୍ତି ।

ରାଜ୍ୟ ରାଜନୀତିରେ କମ୍ପନ : ସାଂସଦ ମୁନ୍ନା ଖାଁଙ୍କ ବିସ୍ଫୋରକ ବୟାନ- 'BJP ଟିକେଟ୍‌ରେ ବିଜୟୀ ୧୪ ବିଧାୟକ BJD ସମ୍ପର୍କରେ'

ପୂର୍ବରୁ ମଧ୍ୟ ବିଜେଡିର ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଜନସଂପର୍କ ପଦଯାତ୍ରାରେ ମୁନ୍ନା ଖାଁଙ୍କ ବିସ୍ଫୋରକ ବୟାନ ଦେଇଥିଲେ । ବିଜେଡି ଛାଡି ବିଜେପିରେ ଯୋଗଦେଇ ବିଜେପି ଟିକେଟ୍‌ରେ ବିଜୟୀ ହୋଇଥିବା ୧୪ ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି ବୋଲି ସେ କହିଥିଲେ । ଯାହା ବର୍ତ୍ତମାନ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି କର୍ମୀଙ୍କୁ ଉଦବୋଧନ ଦେବାବେଳେ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନ୍ନା କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି ।


You Can Read:

ରେଳ ଧାରଣାରେ ପଡିଛି ଦୁଇଟି ମୃତଦେହ : ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.