ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ମୁନା ଖାଁ, କହିଲେ- ଦଳରେ ଦୋମୁହାଁ ନୀତି ଚଳିବନି, ଯାହାର ଯିବାର ଅଛି ପଳାନ୍ତୁ

Published By : Prameya-News7 Bureau | April 07, 2025 IST

ଭୁବନେଶ୍ବର ୭: ଦିଲ୍ଲୀରୁ ଫେରିଲେ ବିଜେଡି ସାଂସଦ ମୁନା ଖାଁ । ବିଜେଡି ସୁପ୍ରିମୋଙ୍କୁ ଭେଟିବେ ସାଂସଦ ମୁନା ଖାଁ । ୱାକଫ୍‌ ସଂଶୋଧନ ନେଇ କରିବେ ଆଲୋଚନା । ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସାଂସଦ ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି । 

ମୁନା ଖାଁ କହିଛନ୍ତି, ଦଳରେ ଦୋମୁହାଁ ନୀତି ଚଳିବ ନାହିଁ । ଯାହାର ଯିବାର ଅଛି ପଳାନ୍ତୁ, କିନ୍ତୁ ଦୋମୁହାଁ ନୀତି ଚଳିବନି । ଯେଉଁ ଲୋକଙ୍କ ଆତ୍ମା ଡାକୁଛି ବିଜେପିକୁ ଭୋଟ୍‌ ଦେବାକୁ ସେମାନେ ବିଜେପିକୁ ଯାଉନାହାନ୍ତି କାହିଁକି ? ତାଙ୍କୁ ଦଳରେ ରହିବାକୁ କିଏ କହିଲା ? ଦଳରେ ରହିବାରେ ଅଛି ତ ନିୟମ ମାନ । ବିଜେଡି ଧର୍ମନିରପେକ୍ଷ ଦଳ । ୱାକଫ୍‌ ବିଲ୍‌କୁ ଦଳ ବିରୋଧ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ରାଲି ପାଇଁ ଅନୁମତି ଦେଇଥିଲେ ସୁପ୍ରିମୋ । ବିବେକ ଅନୁସାରେ ଭୋଟ୍ ଦେବାକୁ କେବେ କୁହାଯାଏନି । ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ । ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ ବୋଲି ମୁନ୍ନା ଖାଁ କହିଥିଲେ ।


ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭାରେ ଓ୍ବାକଫ୍ ବିଲ୍‌କୁ ବିଜେଡି ସାଂସଦ ମୁନା ଖାଁ ବିରୋଧ କରିଥିବା ବେଳେ ସାଂସଦ ସସ୍ମିତ ପାତ୍ର ଏହି ବିଲ୍‌କୁ ସମର୍ଥନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଜେଡି ଦୁଇ ଭାଗ ହୋଇଛି ବୋଲି ମଧ୍ୟ କୁହାଗଲା । ଦଳ ସଭାପତି ନବୀନ ପଟ୍ଟନାୟକ ଏହି ବିଲ୍‌କୁ ବିରୋଧ କରିବାକୁ କହିଥିଲେ ବୋଲି ଦଳର କିଛି ବରିଷ୍ଠ ନେତା କହିଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ କେମିତି ଏହି ନିଷ୍ପତ୍ତି ବଦଳିଗଲା ତାହାକୁ ନେଇ ତର୍ଜମା ହେବ ବୋଲି ମଧ୍ୟ ବରିଷ୍ଠ ନେତା ମତ ଦେଇଥିଲେ ।  

You Can Read:

ନୂଆବର୍ଷରେ ପାଟଣାଗଡ଼ବାସୀଙ୍କ ପାଇଁ ଭେଟି, ବାଇପାସ୍ ରାସ୍ତା ନେଇ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.