ଅଣ ଓଡ଼ିଆ ଡିଜି ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା ବିଜେଡି, ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ବିଜେପି : ଲେଖାଶ୍ରୀ

Published By : Prameya-News7 Bureau | August 16, 2024 IST

ଭୁବନେଶ୍ବର ୧୬ବିଜେପି ନିର୍ବାଚନ ସମୟରେ ସବୁବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ପୂର୍ବ ସରକାରରେ ଅଣ ଓଡ଼ିଆ ଅଫିସର ଶାସନ ଲୋକଙ୍କୁ କହିଲା । ହେଲେ ଜିତିବା ପରେ ୟୁ ଟର୍ଣ୍ଣ ନେଇଛି ବିଜେପି । ପ୍ରତିଶୃତି ପାଳନ କଲେନି । ୪୧ ବର୍ଷ ପରେ ଅଣ ଓଡ଼ିଆ CS କଲେ । ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦେଲେ । ଏହା କ’ଣ ଓଡ଼ିଆ ଅସ୍ମିତା । ଆଜି DG ପୋଲିସ ଅଣ ଓଡ଼ିଆ । ଯାହା ବିଜେପି କହେ, ତାହାର ଓଲଟା କରନ୍ତି । ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା କହୁନୁ । ବିଜେପିକୁ ପ୍ରଶ୍ନ, ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରିଛ । ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ । ଓଡ଼ିଆଙ୍କ ପ୍ରତି ପ୍ରତାରଣା, ମିଛ ପ୍ରତିଶୃତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାକୁ ସେମାନେ ନାହାନ୍ତି । କ’ଣ କେହି ଯୋଗ୍ୟ ଓଡ଼ିଆ ଅଫିସର ନଥିଲେ । ଏହାର ଜବାବ ଦିଅନ୍ତୁ । 

You Can Read:

ମାହାଙ୍ଗା ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ପୋଲିସର ଦୁର୍ବ୍ୟବହାର ପ୍ରତିବାଦ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.