ଭୁବନେଶ୍ୱର ୧୪।୦୨ : ଶୁକ୍ରବାର ବସିବ ବିଜେପି କୋର କମିଟି ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ଟାରେ ବସିବ ଏହି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।
ସେହିପରି ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ କୋର କମିଟିର ସମସ୍ତ ସଦସ୍ୟ ରହିବେ ଉପସ୍ଥିତ । ରାଜ୍ୟର ସାଂଗଠନିକ ନିର୍ବାଚନର ସ୍ଥିତି ନେଇ ଏହି ବୈଠକରେ ହେବ ଆଲୋଚନା । ଏହାବ୍ୟତୀତ ରାଜ୍ୟ ସଭାପତି ନିର୍ବାଚନ ନେଇ ବି ଆଲୋଚନା ହୋଇପାରେ । ଏହା ସହ ସଂଗଠନ ସ୍ଥିତି ଏବଂ ଆଗାମୀ ଦଳର କାର୍ଯ୍ୟକ୍ରମ ନେଇ ଆଲୋଚନ ବିସୃତ ଆଲୋଚନା ହୋଇପାରେ ।
ମୋଦିଙ୍କୁ ଟ୍ରମ୍ପ ଭେଟିଦେଲେ ଅନନ୍ୟ ଉପହାର, ବହିରେ ଲେଖାଅଛି 'ଆଓ୍ୱାର ଜର୍ଣ୍ଣିଂ ଟୁଗେଦର'