ଆଠଗଡ଼ ୧୭।୩: ବିଜେପି ଜିଲ୍ଲା ସଭାପତିଙ୍କୁ ଦୁର୍ବ୍ୟବହାର କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତିଙ୍କୁ ଦୁର୍ବ୍ୟବହାର ଭିଡିଓ ହୋଇଛି ଭାଇରାଲ୍ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି ।
ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଶଙ୍କରପୁର ମଣ୍ଡଳରେ ସମ୍ବର୍ଦ୍ଧନା କାର୍ଯ୍ୟରେ ଯୋଗଦେଇ ଫେରି ଛଅଗାଁ ଛକଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଥିଲେ । ସେହି ସମୟରେ ୫ରୁ ୧୦ଜଣ ଯୁବକ ଯୁକ୍ତିତର୍କ କରିଥିଲେ । ଏହି ଯୁକ୍ତିତର୍କ ବେଳର ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରାଲ୍ ହୋଇଥିଲା । ବିଜେପିର ସଂଗଠନ ବୃଦ୍ଧି ହେବାକୁ ସହ୍ୟ କରିପାରୁନାହାନ୍ତି କିଛି ଲୋକ । ଦଳ ବଢିବା ଆଧାରରେ ଅନେକ ଲୋକ ଦଳ ସହିତ ଯୋଡିହେବା ପରେ ଦଳୀୟ ଶୃଙ୍ଖଳାକୁ ମାନି କାମ କରିବା ପାଇଁ ଜିଲ୍ଲା ସଭାପତି କହିଛନ୍ତି ।
You Can Read:
ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ