ନୂଆଦିଲ୍ଲୀ, ୨୬/୦୪: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ମାଫିଆ ସହ ତୁଳନା କଲେ ବିଜେପି ନେତା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କୁ ନେଇ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ ନିଜ ବୟାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ତୁଳନା ନିକଟରେ ହତ୍ୟା ହୋଇଥିବା ଗ୍ୟାଙ୍ଗଷ୍ଟର ଡନ୍ ଅତିକ୍ ଅହମ୍ମଦ ସହ କରିଛନ୍ତି। ସେ କହିଛନ୍ତି ସିଏମ କେସିଆର ଅତିକ୍ ଠାରୁ ଅଧିକ ଭୟଙ୍କର। ଏକ ଜନସଭାକୁ ସମ୍ବୋଧିତ କରି ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ତେଲେଙ୍ଗାନା ସିଏମ ନିଜ ଶକ୍ତିର ଭୁଲ୍ ବ୍ୟବହାର କରୁଛନ୍ତି।
ସଞ୍ଜୟଙ୍କ ଅନୁଯାୟୀ, କେସିଆର ଲୋକଙ୍କୁ ସମ୍ପତ୍ତି ହଡ଼ପ ପାଇଁ ନିଜ ଶକ୍ତିର ବ୍ୟବହାର କରୁଛନ୍ତି। ସେ କହିଛନ୍ତି ଯେଉଁ ଅତିକ୍ ବନ୍ଧୁକ ମୁନରେ ଲୋକଙ୍କ ସମ୍ପତ୍ତି ହଡ଼ପ କରୁଥିଲା। କେସିଆର ମଧ୍ୟ ଏଭଳି କିଛି କରୁଛନ୍ତି । ବିଜେପି ଅଧ୍ୟକ୍ଷ ତେଲେଙ୍ଗାନା ସରକାରଙ୍କ ଉପରେ ଟିଏସସିଏସସି ପରୀକ୍ଷାରେ ୩୦ ଲକ୍ଷ ଆଶାୟୀଙ୍କ ଭବିଷ୍ୟକୁ ବିପଦରେ ପକାଇଥିବା ଅଭିଯୋଗ ଆଣିଛନ୍ତି।
wp:embed {"url":"https://twitter.com/i/status/1651055539756089344","type":"rich","providerNameSlug":"twitter","responsive":true} /wp:embedସୂଚନାଥାଉ, ବିଜେପି ନେତାଙ୍କ କହିଥିଲେ ଟିଏସପିଏସସି ପରୀକ୍ଷାରେ ସାମିଲ୍ ହୋଇଥିବା ଯୁବକଙ୍କୁ କ୍ଷତିପୂରଣ ମିଳିନାହିଁ ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ। ତାଙ୍କ କହିବା ଅନୁଯାୟୀ ଟିଏସପିଏସସି ପରୀକ୍ଷା ପାଇଁ ଅନେକ ଅଭିଭାବକ ଋଣ ନେଇଥିଲେ। ସେ ଆହୁରି କହିଛନ୍ତି ଆମ ସରକାର ସତ୍ତାରେ ଆସିବା ପରେ ପ୍ରତିବର୍ଷ ଚାକିରି କ୍ୟାଲେଣ୍ଡର ଜାରି କରିବେ ଏବଂ ଖାଲି ପଦ ନିଯୁକ୍ତି ଦେବେ।