ଘରକୁ ବାହୁଡିଲେ ରଞ୍ଜନ ପଲେଇ, ବିଜେପି ଛାଡି ବିଜେଡିରେ ଦେଲେ ଯୋଗ

Published By : Prameya-News7 Bureau | September 13, 2023 IST

ଭୁବନେଶ୍ବର ୧୩।୯: ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି ।

୨୦୧୯ ମସିହାରେ କବିସୂର୍ଯ୍ୟନଗରରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ରଞ୍ଜନ ପଲେଇ । ସାଧାରଣ ନିର୍ବାଚନରେ ୪୩ ହଜାର ଭୋଟ୍ ପାଇଥିଲେ । ରଞ୍ଜନ ତାଙ୍କ ସମର୍ଥକ ସହ ଶଙ୍ଖ ଭାବନରେ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ ।

୨୦୧୭ ମସିହାରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ସେତେବେଳେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ପ୍ରଦୀପ ପାଣିଗ୍ରାହୀ ଦଳ ପାଇଁ କିମ୍ବା ଗଞ୍ଜାମ ଜିଲ୍ଲା ପାଇଁ କାମ କରୁନଥିଲେ । ସେ ନିଜ ପାଇଁ କାମ କରୁଥିଲେ । ପ୍ରଦୀପ ପାଣିଗ୍ରାହୀ ଦଳରୁ ବାହାରିବ ପରେ ଘରକୁ ବାହୁଡ଼ିଛନ୍ତି ବୋଲି ରଞ୍ଜନ ପଲେଇ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/three-held-with-house-owner-in-berhampur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-held-with-house-owner-in-berhampur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.