କୁବେର ITDA ଅଧିକାରୀ ବିଶ୍ଵଦର୍ଶୀ ସାହୁ ଗିରଫ, ଠୁଳ କରିଥିଲେ ମୋଟ୍ ୫କୋଟି ୨ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି

Published By : Prameya-News7 Bureau | January 31, 2025 IST

ସୁନ୍ଦରଗଡ ୩୧।୧: ବନ୍ଧାହେଲେ କୁବେର ଆଇଟିଡିଏ ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସରକାରୀ ବାବୁଙ୍କ ଘଣ୍ଟା ପିନ୍ଧିବାରେ ଥିଲା ସୌକ, ପାଖରେ ରଖିଥିଲେ ୭ ଲକ୍ଷ ଟଙ୍କାର ଘଣ୍ଟା । ସ୍ପେଶାଲ ଜଜ୍ ପକ୍ଷରୁ ୱାରେଣ୍ଟ କରାଯାଇଥିଲା । ୫ଟି ଟିମ୍ ଗଠନ କରି ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ୫ଟି ଟିମ୍‌ରେ ଜଣେ DSP, ଜଣେ AD, SP, ୧୦ ଜଣ ଇନ୍ସପେକ୍ଟର ରହିଥିଲେ । ୭ଟା ପ୍ଲଟ ୨ଟି ଫ୍ଲାଟ୍, ୯ଟି ପ୍ଲଟ୍ ଭୁବନେଶ୍ୱରରେ ରହିଛି, ଗୋଟିଏ ଚାରି ଚକିଆ, ୩ଟି ବାଇକ ସହ ମୋଟ୍ ସମ୍ପତ୍ତି ୫ କୋଟି ୨ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସହ ୧୦ଟି ବିଭିନ୍ନ କମ୍ପାନୀର ଦାମୀ ଘଣ୍ଟା ମଧ୍ୟ ରହିଛି ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା ।

You Can Read:

କଣ୍ଟ୍ରାକ୍‌ଚୁଆଲ ଚାକିରି କରି କମ୍ ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବନି ରାସନ କାର୍ଡ : ଯୋଗାଣ ମନ୍ତ୍ରୀ

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.