ଚଣ୍ଡିଖୋଲ ୩୧।୧: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଠାରେ ମେଡିସିନ ଫାର୍ମ କର୍ମଚାରୀଙ୍କ ଠାରୁ ଲୁଟ୍ । ବନ୍ଧୁକ ଦେଖାଇ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁଇ ଜଣ ମୁଖା ପିନ୍ଧା ଲୁଟେରା ଗୋଟିଏ ଚୋରା ପଲସର୍ ବାଇକ୍ରେ ଆସି ଜାରକା ବଜାରରେ ଥିବା ମେଡିସିନ ଫାର୍ମର କର୍ମଚାରୀ ରଞ୍ଜିତ ସେଠୀଙ୍କୁ ଇମାମନଗର ଠାରେ ଅଟକାଇଥିଲେ । ଗୋଟିଏ ରାଉଣ୍ଡ ଗୁଳି ଚଳାଇବା ସହ ମୁଣ୍ଡକୁ ଆକ୍ରମଣ କରି ୭୦ ହଜାର ଟଙ୍କା ଲୁଟିବା ସହ ଫାର୍ମ କର୍ମଚାରୀଙ୍କ ଗାଡିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ରଞ୍ଜିତ ଡ଼ୁବୁରୀରୁ ମେଡିସିନ ଦୋକାନରୁ ଟଙ୍କା ଆଦାୟ କରି ଫେରିବା ସମୟରେ ଲୁଟ୍ର ଶୀକାର ହୋଇଥିବା ଜଣାପଡିଛି । ଦୁର୍ବୃତ ମାନେ ଶୁକ୍ରବର ଦିନ ସମୟରେ ଜେନାପୁର ଅଞ୍ଚଳରୁ ଚୋରି କରିଥିବା ଏକ ପଲସର୍ ଗାଡିକୁ ଲୁଟ୍ ସମୟରେ ବ୍ୟବହାର କରିଥିବା ବେଳେ ପରେ ଗାଡ଼ିଟିକୁ ଛାଡି ଦେଇ ଫେରାର ହୋଇ ଯାଇଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ପାଉଁଶ ବ୍ୟବସାୟକୁ ନେଇ ଯୁବକଙ୍କୁ ଗୁଳିମାଡ଼, ଅଣ୍ଟାରେ ବାଜିଛି ଗୁଳି