ଗୁରୁବାର ଓଡିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ

Published By : Prameya-News7 Bureau | September 26, 2024 IST

ଭୁବନେଶ୍ୱର ୨୬।୦୯ : ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଗୁରୁବାର ସକାଳ ୧୦ ଟା ୩୦ ମିନିଟ୍‌ରେ ଭୁବନେଶ୍ୱରରେ ପହଞ୍ଚି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଏହାପରେ ବିଜେପି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । 

ତେବେ କାର୍ଯ୍ୟସୂଚୀ ଅନୁସାରେ, ସକାଳ ୧୦ ଟା ୩୦ରେ ପହଞ୍ଚିବା ପରେ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ଏକ ହୋଟେଲ୍‌ ନିଉ ମାରିୟନରେ ଆୟୋଜିତ ଏକ ବୈଠକରେ ସାମିଲ ହେବେ । ଆଉ ଶେଷରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ବିଜେପିର ଆଗାମୀ ରୋଡ୍‌ ମ୍ୟାପ୍‌ ଏବଂ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନକୁ କିପରି ତ୍ୱରିତ କରାଯିବ । ସେନେଇ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.