ଭୁବନେଶ୍ବର ୧୧।୬: ବୁଧବାର ଶପଥ ନେବାକୁ ଯାଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଯଦିଓ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିନାହିଁ କିନ୍ତୁ ଶପଥ ସମାରୋହ ପାଇଁ ବହୁ ଆଡମ୍ବର କରାଯାଇଛି । ରାଜଧାନୀର ଜନତା ମଇଦାନକୁ ସୁସଜ୍ଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତେବେ ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ କରାଯିବ । ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବାକୁ ପୁରୀ ଯାଇଛି ବିଜେପି ଟିମ୍ । ବିଜେପିର ନବ ନିର୍ବାଚିତ ବିଧାୟକ ପ୍ରଭାତୀ ପରିଡା, ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ ପ୍ରମୁଖ ପୁରୀ ଗସ୍ତରେ ଯାଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରୁ ଗୁଆ, ନଡିଆ ଏବଂ ନିମନ୍ତ୍ରଣ ପତ୍ର ନେଇ ପୁରୀ ଯାଇଛି ଟିମ୍ । ଓଡିଆ ପରମ୍ପରା ଅନୁସାରେ ଶୁଭ କାମରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଏ । ସେଥିପାଇଁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ପରେ ଅନ୍ୟ ନିମନ୍ତ୍ରଣ କାର୍ଡ ବଣ୍ଟାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ଶପଥ ଗ୍ରହଣ କରିବେ । ଅପରାହ୍ଣ ୪ଟା ୪୫ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।
You Can Read :
ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ କଟକଣା, ଜାଣନ୍ତୁ କେଉଁ ରୁଟ୍ କରିବେ ଯାତାୟତ