କୃଷ୍ଣସାର ମୃଗ ଏବଂ ସାଧାରଣ ହରିଣ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ…

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ ୨୫।୧୦: କଳା ହରିଣ  । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହି ହରିଣର ଶିକାର ପରେ ସଲମାନ ଖାନଙ୍କ ଉପରେ ରାଗିଛନ୍ତି ବିଷ୍ଣୋଇ ସମ୍ପ୍ରଦାୟ । ଆଉ ସଲମାନଙ୍କ ଲରେନ୍ସ ବିଷ୍ଣୋଇଙ୍କ ଶତ୍ରୁ ହୋଇଯାଇଛନ୍ତି । 

ଦୀର୍ଘ ସମୟ ଧରି କଳା ହରିଣ ଉପରେ ଆଲୋଚନା ପରେ ପ୍ରଶ୍ନ ଉଠୁଛି କି ସାଧାରଣ ହରିଣ ଏବଂ କଳା ହରିଣ ମଧ୍ୟରେ ପାର୍ଥକ୍ୟ କ’ଣ? କଳା ହରିଣ କୃଷ୍ଣସାର ମୃଗ ଭାବରେ ଜଣାଶୁଣା । ଇଂରାଜୀରେ ଏହାକୁ ବ୍ଲାକ୍ବକ୍ କୁହାଯାଏ । ସାଧାରଣ ହରିଣ ଏବଂ କୃଷ୍ଣସାର ମୃଗ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । 

କୃଷ୍ଣସାର ମୃଗଙ୍କର ଗୋଟିକିଆ ଶିଙ୍ଗ ରହିଥାଏ ଏବଂ ଏହା ସାମାନ୍ୟ ବକ୍ର ହୋଇଥାଏ । ତେବେ ସାଧାରଣ ହରିଣର ଶିଙ୍ଗ ଗଛରୁ ବାହାରୁଥିବା ଅନେକ ଶାଖା ପରି ହୋଇଥାଏ । ସାଧାରଣ ହରିଣର ରଙ୍ଗ ହାଲୁକା କିମ୍ବା ଗାଢା ବାଦାମୀ । କିନ୍ତୁ କୃଷ୍ଣସାର ମୃଗର ରଙ୍ଗ ଅଳ୍ପ ବୟସରେ ବାଦାମୀ ଏବଂ ବୟସ ସହିତ କଳା ହୋଇ ଯାଇଥାଏ । 

କୃଷ୍ଣସାର ମୃଗଦୁଇଟି ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାନ୍ତି । କୃଷ୍ଣସାର ମୃଗ ବିଶେଷତ ସବୁଜ ଘାସ ଖାଇବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ ଏମାନେ ଅର୍ଦ୍ଧ-ମରୁଭୂମି ଅଞ୍ଚଳରେ ଅଧିକ ଦେଖାଯାଇଥାନ୍ତି ।

ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗଙ୍କ ପ୍ରତି ବିଶେଷ ପ୍ରେମ ରହିଥାଏ । ଯେଉଁ କାରଣରୁ ଏହାର ଶିକାର ପରେ ସଲମାନଙ୍କ ଉପରେ ରାଗିଛନ୍ତି ବିଷ୍ଣୋଇ ସମାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.