ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ; ଇଜିପ୍ଟ ଅଧିକାରୀଙ୍କ ମଧ୍ୟସ୍ଥତା ପରେ ରାଜି ହମାସ୍

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ- ହମାସ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଶୀଘ୍ର ସିଜ୍ ଫାୟାର ବନ୍ଦ ହେବା ନେଇ ସୂଚନା ମିଳିଛି । ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିଥିବା ବେଳେ ଏପଟେ ଆତଙ୍କୀ ସଂଗଠନ ହମାସ୍ ମଧ୍ୟରେ ଏଥିରେ ରାଜି ହୋଇଛି । ମାତ୍ର ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲ ପରି ହମାସ ମଧ୍ୟ କିଛି ସର୍ତ୍ତ ରଖିଛି । 

ସର୍ତ୍ତ ଅନୁଯାୟୀ, ଯଦି ଇସ୍ରାଏଲ, ଗାଜାରେ କବଜା କରି ରଖିଥିବା ଅଞ୍ଚଳକୁ ଛାଡ଼ିଦିଏ ତେବେ ହମାସ ଆଉ ଯୁଦ୍ଧ କରିବ ନାହିଁ । ଆଉଡିଏଫ ଗାଜାପଟ୍ଟି ଛାଡ଼ିବା ପରେ ଇସ୍ରାଏଲର ସମସ୍ତ ବନ୍ଧକଙ୍କୁ ସେ ମୁକ୍ତ କରିବ । ଏହାଛଡ଼ା ଏହି ଅଞ୍ଚଳରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଲେ ହମାସ୍ ଯୁଦ୍ଧରେ ବ୍ରେକ୍ ଲଗାଇବା ବୋଲି କହିଛି ।

ସୂଚନା ଅନୁସାରେ, ଗୁରୁବାର ହମାସ ପ୍ରତିନିଧି ଦଳ ଇଜିପ୍ଟର ରାଜଧାନୀ କାଇରୋରେ ଅଧିକାରୀମାନଙ୍କ ସହ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଦୁଇ ପକ୍ଷ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ହମାସର ଜଣେ ବରିଷ୍ଠ ଅଧିକାରୀ AFP ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ହମାସ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଇଜିପ୍ଟର ଅଧିକାରୀମାନଙ୍କୁ ଜଣାଇଛନ୍ତି । ଯଦି ଇସ୍ରାଏଲ ତାଙ୍କ ଅସ୍ତ୍ରବିରତି ଚୁକ୍ତିରେ ରାଜି ହୁଏ ତେବେ ଯୁଦ୍ଧ ବନ୍ଦ ସମ୍ଭବ ହୋଇପାରିବ ବୋଲି କହିଛନ୍ତି । 

ଏବା ପୂର୍ବରୁ ନିକଟରେ ଇସ୍ରାଏଲ ମଧ୍ୟ ଯୁଦ୍ଧ ବିରତି ନେଇ ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଥିଲେ, ହମାସ ଇସ୍ରାଏଲର ସମସ୍ତ ବନ୍ଧୁକଙ୍କୁ ଛାଡିଲେ ହମାସ-ଇସ୍ରାଏଲ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବ ।  ଆଇଡିଏଫ ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ଏବଂ ୨୫୧ଜଣ ଇସ୍ରାଇଲୀୟଙ୍କୁ ବନ୍ଧକ କରିନେଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.