ଆମେରିକାର ପାର୍କରେ ଆଖିବୁଜା ଗୁଳିମାଡ; ୩ ମୃତ , ୧୪ ଆହତ

Published By : Prameya-News7 Bureau | March 23, 2025 IST

ନୂଆଦିଲ୍ଲୀ ୨୩।୦୩; ଆମେରିକାର ନ୍ୟୁ ମେକ୍ସିକୋରେ ଅଘଟଣ । ଲାସ୍ କ୍ରୁସ୍ ସହରର ଏକ ପାର୍କରେ ଗୁଳି ବିନିମୟ ହୋଇଛି। କୁହାଯାଉଛି ଯେ ଏହି ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଘଟଣାଟି ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ୟଙ୍ଗ ପାର୍କରେ ଘଟିଥିଲା ।  ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ଭିଡିଓ ଏବଂ ସେୟାର କରିବାକୁ ପୋଲିସ ସାଧାରଣ ଜନତାଙ୍କୁ ନିବେଦନ କରିଛି।

ଏବେ ପୋଲିସ୍‌ ଆକ୍ରମଣକାରୀଙ୍କୁ ଖୋଜୁଛି। ଗୁଳି ବିନିମୟରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ଲାସ୍ କ୍ରୁସର ତିନିଟି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ମେମୋରିଆଲ ମେଡିକାଲ ସେଣ୍ଟର ମୁଖପାତ୍ର ଏଣ୍ଡ୍ରିୟୁ କମିନ୍ସଙ୍କ ଅନୁଯାୟୀ ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ ଆମ୍ବୁଲାନ୍ସ ଏବଂ ଘରୋଇ କାର ଯୋଗେ ଲାସ କ୍ରୁସର ମେଡିକାଲକୁ ଅଣାଯାଇଥିଲା। ସେଥିମଧ୍ୟରୁ ପାଞ୍ଚଜଣଙ୍କୁ ଏଲ ପାସୋକୁ ହସ୍ପିଟାଲକୁ ପଠାଯାଇଥିଲା । 

ଲାସ୍ କ୍ରୁସ୍ ସିଟି କାଉନସିଲର ତଥା ମେୟର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ କେବେ ଭାବି ନଥିଲି ଯେ ଆମ ସହରରେ ଏଭଳି ଘଟଣା ଘଟିବ। କିନ୍ତୁ ବର୍ତ୍ତମାନ ଏହି ଭୟାନକ ଘଟଣା ସତ ପାଲଟିଛି। ପ୍ରତି ମୁହୂର୍ତ୍ତରେ ଏପରି ଦୁଃଖଦ ଘଟଣାର ସମ୍ଭାବନା ଅଛି ଏବଂ ଆମେ ଏହା ପ୍ରାର୍ଥନା କରୁ ଯେ ଏହା ନହଉ।

ଘଟଣାର ତଦନ୍ତରେ ପୋଲିସ ନିୟୋଜିତ ଥିଲା

ଲାସ୍ କ୍ରୁସ୍ ପୋଲିସ୍ ସହିତ ନ୍ୟୁ ମେକ୍ସିକୋ ଷ୍ଟେଟ୍ ପୋଲିସ୍ ଏହି ଘଟଣାର ତଦନ୍ତ କରୁଛନ୍ତି। କୁହାଯାଉଛି ଯେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଅଛି ଏବଂ ପାର୍କର ଆଖପାଖ ଅଞ୍ଚଳକୁ ବନ୍ଦ କରି ଦିଆଯାଇଛି। ଏହା ସହିତ ପୋଲିସ ଲୋକମାନଙ୍କୁ ନିବେଦନ କରିଛି ଯେ ଯଦି ଏହି ଘଟଣା ସମ୍ପର୍କରେ ସେମାନଙ୍କର କୌଣସି ସୂଚନା ଅଛି, ତେବେ ତୁରନ୍ତ ଏହାକୁ ପୋଲିସ ସହିତ ସେୟାର କରନ୍ତୁ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.