ଡ୍ରେନ୍‌ରେ ପଡି ନାବାଳକ ମୃତ୍ୟୁ ଘଟଣା, ରିପୋର୍ଟ ଦେଲା ବିଏମ୍‌ସି

Published By : Prameya-News7 Bureau | June 20, 2024 IST

ଭୁବନେଶ୍ୱର ୨୦।୦୬ : ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା । ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ଭୁବନେଶ୍ୱର ମହାନଗର ନିଗମ (BMC) । ରିର୍ପୋଟରେ ଡ୍ରେନେଜ ବିଭାଗର ଅଧକାରୀଙ୍କୁ ଦାୟୀ କରାଯାଇଛି । ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନଜ ବିଭାଗର କାର୍ଯ୍ୟରତ ଅଧକାରୀଙ୍କୁ ଦାୟୀ କରିଛି ବିଏମ୍‌ସି । 

ସେହିପରି ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମ୍‌ସି । ବୁଧବାର ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱରରେ କେତେ କିଲୋମିଟର ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନରେ ସ୍ଲାବ ନାହିଁ ବୋଲି ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମସି । 

ମୁକୁଳା ଡ୍ରେନ୍‌ରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.