୨୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୪ ଜୀବନ

Published By : Prameya-News7 Bureau | September 28, 2024 IST

ଜଳେଶ୍ୱର ୨୮।୦୯ : ଅଧୁରା ରହିଗଲା ଜଗା ଦର୍ଶନ।  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ମଧୁବନ ଢାବା ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଉତ୍ତରପ୍ରଦେଶର ୫୭ ଜଣ ଯାତ୍ରୀଙ୍କୁ ନେଇ କ୍ରିଷ୍ଣା ନାମକ ଏକ ତୀର୍ଥଯାତ୍ରୀ ବସ୍‌ ପୁରୀ ଅଭିମୁଖେ ଆସୁଥିଲା । ରାତି ପ୍ରାୟ ୧୨ ଟା ୧୦ ମିନିଟ୍‌ ସମୟରେ ଡ୍ରାଇଭରଙ୍କ ବେପାରୁଆ ଗାଡିଚାଳନା ଫଳରେ ୨୦ ଫୁଟ୍‌ ତଳକୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା ଥିବା ଯାତ୍ରୀ ଚାପି ହୋଇରହିଥିଲେ । 

ସେପଟେ ଦୁର୍ଘଟଣା ସଂପର୍କରେ ଖବର ଜଳେଶ୍ୱର ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ବସ୍‌ ଭିତରୁ ୫୭ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଥିଲେ । ସେଥିମଧ୍ୟରୁ ୧୭ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।  ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲ୍‌ପର ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡିଛି । ବାକି ବାଲେଶ୍ୱର ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.