ନୀଳଗିରି ୭।୧୨: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଆସିଛନ୍ତି ଝାଡ଼ଖଣ୍ଡ ହାତୀ ପଲ । ନୀଳଗିରି ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ନଖରା ଦେଇ ଦଲକୀ ଅଞ୍ଚଳରେ ନୀଳଗିରି ମୁହାଁ ହୋଇଥିଲେ ୭୦ ଟିକିଆ ହାତୀ ପଲ । ଶନିବାର ଭୋରରେ ୫୫ଟି ହାତୀ ସୋନ ନଦୀ ପାର ହୋଇ କାଠପାଳ, ଜୁଣକୋଇଲି ଦେଇ ଆସିଛନ୍ତି । ପରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ହାତୀ ପଲ ପଶିଛନ୍ତି । ତେବେ ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀ ପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗିବା ସମ୍ଭାବନା ଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଟ୍ରେଞ୍ଜ ଓ ସୋଲାର ଫେନ୍ସି ଅଚଳ ହୋଇପଡିଥିବା ବେଳେ ବନ ବିଭାଗ ମଧ୍ୟ ଚିନ୍ତାରେ ପଡିଛି । ତେବେ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି ।
You Can Read:
କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କଲେ ସନାତନ ମହାକୁଡ଼