ଭୁବନେଶ୍ବର ୭।୧୨: କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କଲେ ସନାତନ ମହାକୁଡ଼ । କାଚ ବୋତଲ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ମଦ ବିକ୍ରି ପାଇଁ ଡିମାଣ୍ଡ କଲେ ସନା ।
ବିଧାନସଭାରେ ଏକ ଲିଖିତ ପ୍ରଶ୍ନ କରି ସନା ଦାବି କରିଛନ୍ତି ଯେ, କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ସେହି କାଚ ଅଧିକାଂଶ ଲୋକ ଭାଙ୍ଗି କି ବାହାରେ ଫିଙ୍ଗୁଛନ୍ତି । ସେହି ଭଙ୍ଗା କାଚ ଦ୍ୱାରା ପରିବେଶ ନଷ୍ଟ ହେଉଥିବା ବେଳେ ଅନେକ ଲୋକ ଓ ପ୍ରାଣୀ ସମ୍ପଦ ଆହତ ହେଉଛନ୍ତି । ତେଣୁ ମଦ ବୋତଲର ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କଲେ ସନା ମହାକୁଡ଼ ।
You Can Read: