ନୀଳଗିରି ୧୧।୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ କୁଲଡିହା ଅଭୟାରଣ୍ୟ ସୀମାନ୍ତ ଟିଆକଟା ଠାରେ ଥିବା ଏକ ପରିତ୍ୟକ୍ତ ପଥର ଖାଦାନରୁ ନରକଙ୍କାଳ ଉଦ୍ଧାର କରାଯାଇଛି । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଇଛି । ସେହି ସ୍ଥାନରେ ପୂର୍ବରୁ ପଥର ଖାଦାନ ଚାଲୁଥିଲା । ଅଭୟାରଣ୍ୟ କଟକଣା ପାଇଁ ଯୋଗୁ ପଥର ଖାଦାନଟି ବନ୍ଦ ହୋଇ ପଡ଼ିରହିଛି ।
ସୋମବାର ସ୍ଥାନୀୟ କେତେକ ଲୋକେ ସେହି ଅଞ୍ଚଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ନରକଙ୍କାଳ ପଡ଼ିଥିବା ଦେଖିଥିଲେ । ଏହା ଦେଖି ସେମାନେ ଭୟଭୀତ ହୋଇ ଯାଇଥିଲେ । ଖବର ପାଇ ବରହମପୁର ଥାନା ଏଏସ୍ଆଇ କଳ୍ପତରୁ ସାହୁ ପହଞ୍ଚି ଉକ୍ତ କଙ୍କାଳକୁ ଜବତ କରିଛନ୍ତି । ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ନମୁନା ପରୀକ୍ଷା ପାଇଁ ଲାବ୍କୁ ପଠାଯିବ ବୋଲି ଜଣାପଡିଛି । କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ପରିତ୍ୟକ୍ତ ପଥର ଖାଦାନରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ।
You Can Read:
କଟକ ବାଲିଯାତ୍ରା ପାଇଁ ରିଲିଜ୍ ହେଲା ସ୍ବତନ୍ତ୍ର ଗୀତ, ଆମେ କଟ୍କି ସବୁଠାରୁ ହଟ୍କି..