କଟକ ବାଲିଯାତ୍ରା ପାଇଁ ରିଲିଜ୍ ହେଲା ସ୍ବତନ୍ତ୍ର ଗୀତ, ଆମେ କଟ୍‌କି ସବୁଠାରୁ ହଟ୍‌କି..

Published By : Prameya-News7 Bureau | November 11, 2024 IST

କଟକ ୧୧।୧୧: ଆମେ କଟ୍‌କି, ସବୁଠାରୁ ହଟ୍‌କି.. ଆମ ବାଲିଯାତ୍ରା ସବୁଠାରୁ ନିଆରା.. ଏ କଟକ ନଗର, ଏ ଧବଳ ଟଗର.. ଭାଇଚାରା ପାଇଁ ପ୍ରସିଦ୍ଧି ତାର.. ଏପଟେ କାଠଯୋଡ଼ି, ସେପଟେ ମହାନଦୀ..

ଚଳିତ ବର୍ଷ କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ସ୍ଵତନ୍ତ୍ର ଗୀତ ରିଲିଜ କରାଯାଇଛି । ଏହି ଗୀତକୁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ରଚନା କରିଥିବା ବେଳେ ଦୀପକ କୁମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତରେ ଦୁଇ ପ୍ରତିଭାବାନ୍‌ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟଜିତ ପ୍ରଧାନ କଣ୍ଠ ଦାନ କରିଛନ୍ତି ।

ଗୀତରେ କଟକର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନକୁ ସ୍ଥାନ ଦିଆଯାଇଛି । କଟକ ବାଲିଯାତ୍ରା, ଭାଇଚାରା,  ମହାନଦୀ, କାଠଯୋଡ଼ି ଠାରୁ ଆରମ୍ଭ କରି କଟକ ଦହିବରା, ରୁପା  ତାରକସି, ପ୍ରସିଦ୍ଧ ଦଶହରାକୁ ଏଥିରେ ସାମିଲ୍‌ କରାଯାଇଛି । ସେହିପରି କଟକ ଚଣ୍ଡୀମନ୍ଦିର, କଦମରସୁଲ, ସିଂହନାଥ ପୀଠ, ଲଳିତଗିରିର ପ୍ରସିଦ୍ଧ କୀର୍ତ୍ତିରାଜିକୁ ଅନ୍ତର୍ଭୁକ୍ତ କରାଯାଇଥିବା ଶୁଣିବାକୁ ମିଳିଛି । ନେତାଜୀ ସୁଭାଷଚନ୍ଦ୍ର ବୋଷ, ମଧୁସୂଦନ ଦାସ, ବିଜୁ ପଟ୍ଟନାୟକ, ରମାଦେବୀ, ରାଧାନାଥ ରଥଙ୍କ ସମେତ ବହୁ ପ୍ରତିଷ୍ଠିତ ଓ ବୀର ସଂଗ୍ରାମୀଙ୍କ ନାଁକୁ ଗୀତର ସଂଯୋଜନାରେ ରଖାଯାଇଛି ।

You Can Read:

କେତେବେଳେ ବି ଭାଙ୍ଗିଯାଇପାରେ ବିଜେପି ସରକାର, ବିଜେଡି ବଡ ଷ୍ଟ୍ରାଟେଜି କରିଛି : ମଙ୍ଗୁ ଖିଲ

  • odisha
  • OdishaNews
  • Baliyatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.