ଆଠଗଡ଼ ୨୪।୧୨: ସାମାନ୍ୟା ବଚସାରୁ ସମ୍ପର୍କୀୟ ଭିଣୋଇଙ୍କ ଗଳା କାଟିଲେ ଶଳା । ଅଭିଯୁକ୍ତ ଶଳା ଜଣକ ହେଲେ ଢେଙ୍କାନାଳ ସଦର ଥାନା ମାଣିପୁର ଗାଁର କରୁଣାକର ନାଏକ । ଅଳ୍ପକେ ବର୍ତ୍ତିଲେ ଦେଓପଡା ଗାଁର ସମ୍ପର୍କୀୟ ଭିଣୋଇ ସଞ୍ଜୟ ନିଏକ ।
ସଞ୍ଜୟ ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଛକ ନିକଟରେ ଠିଆ ହୋଇଥିବା ବେଳେ କରୁଣାକର ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ଥଟା ପରିହାସ ହେଉଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଏକ ବ୍ଲେଡ଼୍ରେ ପଛପଟୁ ଆସି ସମ୍ପର୍କୀୟ ଭିଣୋଇର ତଣ୍ଟି କାଟିଦେଇଥିଲେ କରୁଣାକର । ଏନେଇ ଆଠଗଡ ଥାନାରେ ଅଭିଯୋଗ ଆଣିଲେ ସଞ୍ଜୟଙ୍କ ସ୍ତ୍ରୀ । କରୁଣାକରକୁ ଆଠଗଡ଼ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।
You Can Read:
ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର, ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ