ଭୋଗରାଇ ୩।୧୨: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଚନ୍ଦନେଶ୍ୱର ବଜାରରେ ପହଞ୍ଚିଲା ୟୁପିରୁ ଆସିଥିଲା ଆଳୁ ଗାଡ଼ି । ଗାଡି ନିକଟରୁ ଆଳୁ ବସ୍ତା କିଣି ବୋହି ନେଇଗଲେ ପଶ୍ଚିମବଙ୍ଗ ବ୍ୟବସାୟୀ । ସାହାବାଜିପୁର-ଦିଘା ସୀମାରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ କଡା ଚେକିଂ ହେଉଥିବା ବେଳେ ଓଡ଼ିଶା ପ୍ରଶାସନର ନିଘା ନାହିଁ । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ସୀମା ଦେଇ ଗଲା ଓଡ଼ିଶାରେ ପହଞ୍ଚିଥିବା ୟୁପି ଆଳୁ ।
ସେପଟେ ଭୁବନେଶ୍ୱର କୁବେର ପୁରୀ ଆଳୁ ଗୋଦାମରେ ମଧ୍ୟ ପହଞ୍ଚିଛି ଉଭୟ ୟୁପି ଓ ବେଙ୍ଗଲ ଆଳୁ । ୨ ରୁ ୩ଦିନ ହେଲା ଉପରମୁହାଁ ହୋଇଥିବା ଆଳୁ ଦର ସାମାନ୍ୟ ଖସିଛି । ଉତ୍ତରପ୍ରଦେଶର ଆଳୁ ପାଇକରି ଦର ୩୨ରୁ ୩୪ ଟଙ୍କା ଥିବା ବେଳେ ଖୁଚୁରାରେ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ବେଙ୍ଗଲରେ ଆଳୁ ଦର ଅଧିକ ରହିଛି । କିଲୋ ୪୦ରୁ ୪୫ ଟଙ୍କା ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।
ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀ ସଂଘର ଧର୍ମଘଟ ପରେ ବଜାରରେ ଏବେ ଆଳୁ ଚଢ଼ା ଦରରେ ବିକ୍ରି ହେଉଛି । ଗତ ଦୁଇ ଦିନ ହେଲା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ୩୫ଟଙ୍କା ୪୦ଟଙ୍କାରେ ପ୍ରତି କିଲୋ ବଜାରରେ ବିକ୍ରି ହେଉଛି ।
You Can Read:
ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ପାନୀୟ ଜଳ ପ୍ରକଳ୍ପ ନସରିବା ନିର୍ବାଚନ ହାରିବାର କାରଣ