ଭୁବନେଶ୍ବର ୩।୧୨: ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭା ସରଗରମ ହୋଇଛି । ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ବିସ୍ଫୋରକ ବୟାନ ରଖିଛନ୍ତି । ପାନୀୟ ଜଳ କଷ୍ଟ ଆକ୍ରୋଶର ଶିକାର ହୋଇ ବିଧାୟକ ନିର୍ବାଚନ ହାରିଛନ୍ତି ବୋଲି ବଦ୍ରି କହିଛନ୍ତି । ସେ କହିଛନ୍ତି, ମୁଁ ନିଜେ ଏହା ଗତ ନିର୍ବାଚନରେ ଅନୁଭବ କରିଛି । ଯେଉଁମାନେ କମ୍ ଭୋଟ୍ରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ଲୋକ ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା ବୋଲି ବଦ୍ରି କହିଛନ୍ତି ।
ସେପଟେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ଉତ୍ତର ରଖିଛନ୍ତି । ରାଜ୍ୟରେ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ । ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ ।
You Can Read:
ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ, ମନ୍ତ୍ରୀ କହିଲେ- ୧୬ଟି କାମ ସରିଛି, ବାକି ଖୁବଶୀଘ୍ର ଶେଷ ହେବ…