ସୋର ୧୫।୧୨: ବାଲେଶ୍ବର ୧୬ ନମ୍ୱର ଜାତୀୟ ରାଜପଥ ମାଟିଆ ପଲl ଛକରେ ଅଟୋ ସହିତ ଟ୍ରକ୍ ଧକ୍କା । ଘଟଣାସ୍ଥଳରେ ଅଟୋ ଡ଼୍ରାଇଭରଙ୍କ ମୃତ୍ୟୁ l ୬ ଜଣ ଅଟୋ ଯାତ୍ରୀ ଆହତ । ଆହତମାନଙ୍କୁ ସୋର ପୋଲିସ ଓ ଦମକଳବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଘଟଣାସ୍ଥଳରୁ ଟ୍ରକ୍ ଫେରାର ହୋଇଯାଇଛି l
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ହରିପୁରରୁ ଭଡ଼ା ଅଟୋରେ ରୋଗୀ ଦେଖିବାକୁ ଭଦ୍ରକ ବାଲିପାଟଣା ଯିବାବେଳେ ଦୁର୍ଘଟଣା ଘଟିଲା l ଆହତ ମାନେ ହେଲେ ବେଗୁନିଆ ହରିପୁର ସଂଯୁକ୍ତା ବିଶ୍ଵାଳ, ହେମଲତା ଦାସ, ସଙ୍କୁନ୍ତାଳ ବିଶ୍ଵାଳ, ପ୍ରଦୀପ ବିଶ୍ଵାଳ, ବିଶ୍ଵଜିତ ନାୟକ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି l ବାଲେଶ୍ୱର ଚlନ୍ଦୀମାରି ପଡିଆ ଅଞ୍ଚଳର ଅଟୋ ଡ଼୍ରାଇଭର କୁଲୁ ବୋଲି ଜଣାପଡ଼ିଛି ।
You Cam Read:
ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି : ଆଇନ ମନ୍ତ୍ରୀ