ବୋଲିଭିଆରେ ସୈନିକଙ୍କ ଦ୍ୱାରା କ୍ଷମତା ପରିବର୍ତ୍ତନ ଉଦ୍ୟମ ବିଫଳ; ରାଷ୍ଟ୍ରପତି କହିଲେ-ଗଣତନ୍ତ୍ର ଜିନ୍ଦାବାଦ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ: ବୋଲିଭିଆ ରାଜନୀତିରେ ବଡ଼ ଧରଣର ରାଜନୈତିକ ଭୂକମ୍ପ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆରେ ବୁଧବାର ଟ୍ୟାଙ୍କ ଏବଂ ସୈନିକ ରାଷ୍ଟ୍ରପତି ଭବନର କବାଟ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ତେବେ କ୍ଷମତା ପରିବର୍ତ୍ତନ ଉଦ୍ୟମକୁ ବିଫଳ କରିବା ପରେ ରାଷ୍ଟ୍ରପତି ଆର୍ସେ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ସୈନିକମାନେ ପଛକୁ ହଟିବା ପରେ ବୋଲିଭିଆର ଅଧିକାରୀ ସେନାର ବିଦାୟୀ ଜେନେରାଲ କମାଣ୍ଡର ଜୁଆନ ଜୋଶ ଜୁନିଗାଙ୍କୁ ଗିରଫ କରିଛନ୍ତି । ଅନ୍ୟପଟେ ନବନିଯୁକ୍ତ ସେନା ମୁଖ୍ୟ ଜୋସ୍ ୱିଲସନ ସାଞ୍ଚେଜ ସବୁ ସୈନିକଙ୍କୁ ନିଜ ନିଜ ବାରାକକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସଶସ୍ତ୍ର ସୈନିକ ଲା ପାଜର ମୁଖ୍ୟ ମାର୍ଗ ମୁରିଲୋ ପ୍ଲାଜା ନିକଟରେ ଏକାଠି ହୋଇଥିଲେ, ଯେଉଁଠାରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଏବଂ ଏକ୍ସଜିକ୍ୟୁଟିଭ କାର୍ଯ୍ୟାଳୟ ରହିଛି । ଏହାର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଆର୍ସେ ରାଷ୍ଟ୍ରପତି ଭବନ ବାହାରେ ଜୁନିଗାର ସାମନା କରୁଥିବା ଦେଖିବାକୁ ମିଳୁଛି । ରାଷ୍ଟ୍ରପତି ଭବନରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଆର୍ସେ ଏକ ଭିଡିଓରେ କହିଥିଲେ, 'ଦେଶ କ୍ଷମତା ପରିବର୍ତ୍ତନ ଉଦ୍ୟମର ସାମନା କରୁଛି । ଆମେ ଏଠାରେ କାସା ଗ୍ରାଣ୍ଡେରେ କୌଣସି ବି କ୍ଷମତା ପରିବର୍ତ୍ତନ ଉଦ୍ୟମର ସାମନା କରିବା ପାଇଁ ମଜଭୁତି ସହ ଅଛୁ । ବୋଲିଭିଆର ଲୋକଙ୍କୁ ସଂଗଠିତ କରିବାର ଆବଶ୍ୟକତା ଅଛି ।'

ସେନା ଜେନେରାଲ କମାଣ୍ଡ ଜୁଆନ ଜୋଶ ଜୁନିଗାଙ୍କ ନେତୃତ୍ୱରେ ସୈନିକ ରାଷ୍ଟ୍ରପତି ଭବନ ନିକଟରୁ ପଛକୁ ହଟିବା ଆରମ୍ଭ କରିଛନ୍ତି । ତେବେ ଏହାରି ଭିତରେ ଆର୍ସେଙ୍କ ଦ୍ୱାରା ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ସହ ଜୁନିଗାଙ୍କୁ ବାହାର କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ବୋଲିଭିଆଇ ଲୋକଙ୍କୁ ଅନେକ ଅନେକ ଧନ୍ୟବାଦ, ଗଣତନ୍ତ୍ର ଜିନ୍ଦାବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.