ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ ୨୮।୦୬: ପେରୁରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨ । ଶକ୍ତିଶାଳୀ ଭୂକମ୍ପ ପରେ ଘନେଇଛି ସୁନାମିର ଆଶଙ୍କା । ଖବର ଅନୁଯାୟୀ ପେରୁର ଅତିକିପା ଜିଲ୍ଲା ଠାରୁ ୮.୮ କିଲୋମିଟର ଦୂରରେ ଭୂକମ୍ପ  ହୋଇଛି ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଶୁକ୍ରବାର ଦିନ ପ୍ରାୟ ୧୧.୦୬ରେ କେନ୍ଦ୍ରୀୟ ପେରୁ ଉପକୂଳରେ ୭.୨ ତୀବ୍ରତାର ଭୂକମ୍ପ ହୋଇଛି । ଯେଉଁ କାରଣରୁ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସୃଷ୍ଟି ହେବାର ସମ୍ଭାବନା ରହିଛି । 

ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଭୂକମ୍ପର କୌଣସି କ୍ଷୟକ୍ଷତି ନେଇ ସୂଚନା ଜାରି କରାଯାଇ ନାହିଁ । କିନ୍ତୁ ସୁନାମି ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି । ତେବେ ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର ପୂର୍ବରୁ କହିଥିଲା ଯେ କୌଣସି ବିପଦ ନାହିଁ । 

ହେଲେ ଭୂକମ୍ପ ପରେ ସୂଚନା ଜାରି କରାଯାଇଛି ଯେ ସମୁଦ୍ର କୂଳରେ ତିନି ମିଟର ଉଚ୍ଚର ଜୁଆର ସୃଷ୍ଟି ହୋଇପାରେ । ଏହାପୂର୍ବରୁ ଜୁନ୍ ୧୬ରେ ପେରୁରେ ଭୂମିକମ୍ପ ହୋଇଥିଲା । ଯାହା ତୀବ୍ରତା ୫.୯ ରେକର୍ଡ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.