ଋଷ ସହିତ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ଜେଲେନସ୍କି, କହିଲେ- ଚାଲିଛି ଏକ ବଡ଼ ଯୋଜନା

Published By : Prameya-News7 Bureau | June 29, 2024 IST

HT

ନୂଆଦିଲ୍ଲୀ: ଋଷ ସହିତ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଏନେଇ ଚାଲିଛି ଯୋଜନା। ନିକଟରେ ୟୁକ୍ରେନ ଏହାର ୧୦ ଜଣ ବନ୍ଦୀଙ୍କୁ ଋଷରୁ ଫେରାଇ ଆଣିବାରେ ସଫଳ ହୋଇଛି। ଶୁକ୍ରବାର ବନ୍ଦୀମାନଙ୍କୁ ମୁକ୍ତ କରିବା ବିଷୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି। 

ଏହି ସମୟରେ ସେ କହିଛନ୍ତି ଯେ ଋଷ ସହିତ ଯୁଦ୍ଧ ଶେଷ କରିବାକୁ ସେ ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି। ତାଙ୍କର ଏହି ଯୋଜନାକୁ ବିଶ୍ୱର ଅଧିକାଂଶ ଦେଶ ସମର୍ଥନ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଶୁକ୍ରବାର ସ୍ଲୋଭେନିଆର ରାଷ୍ଟ୍ରପତି ନତାଶା ମୁସରଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯୁଦ୍ଧର ସମାପ୍ତି ପାଇଁ ଏକ ଯୋଜନା ଉପସ୍ଥାପନ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ ଏହା ହେଉଛି ଏପରି ଏକ କୂଟନୈତିକ ବାଟ ଯେଉଁଥିରେ ଆମେ କାର୍ଯ୍ୟ କରୁଛୁ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ୟୁକ୍ରେନ ଏବଂ ଋଷ ମଧ୍ୟରେ କୌଣସି ଆଲୋଚନା ଚାଲିନାହିଁ।

ଏହାପୂର୍ବରୁ ଜେଲେନସ୍କି ଏକ ପୋଷ୍ଟରେ କହିଛନ୍ତି ଯେ ଆମେ ଋଷରୁ ଆମର ୧୦ ଜଣ ଲୋକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛୁ। ୟୁକ୍ରେନରେ ଋଷୀୟ କଏଦୀଙ୍କ ସହ ହୋଇଥିବା ଏକ ଡିଲର ଅଂଶ ବୋଲି ଜେଲେନସ୍କି କହିନାହାଁନ୍ତି। ଜେଲେନସ୍କି କହିଛନ୍ତି ଯେ ଯେଉଁମାନେ ମୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ୨୦୧୭ ମସିହାରୁ ଜେଲରେ ଅଛନ୍ତି। ପୂର୍ବ ୟୁକ୍ରେନର ଋଷ ନିୟନ୍ତ୍ରିତ ଅଞ୍ଚଳରୁ ଏହି ଲୋକଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.