ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ । ଦିଲ୍ଲୀ ଯିବାକୁ ଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇ ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ।
ସୂଚନାଥାଉକି, ବିଗତ କିଛି ଦିନରୁ ଅନେକ ବିମାନକୁ ବୋମାରେ ଉଡ଼ାଇଦେବା ନେଇ ମିଥ୍ୟା ଧମକ ମିଳୁଛି। ଏହି ଘଟଣା ବେଶ୍ ଚର୍ଚ୍ଚାରେ ରହିଛି। ଗତ ୧୨ ମାସ କଥା ଦେଖିଲେ ଭାରତୀୟ ବିମାନ କମ୍ପାନିଙ୍କ ଦ୍ବାରା ପରିଚାଳିତ ପ୍ରାୟ ୨୭୫ରୁ ଅଧିକ ଉଡ଼ାଣକୁ ବୋମାରେ ଉଡ଼ାଇଦେବାକୁ ନେଇ ମିଥ୍ୟା ଧମକ ମିଳିଥିଲା । ଏଥିରୁ ଅଧିକାଂଶ ଧମକ ସୋସିଆଲ ମିଡିଆ ମାଧ୍ୟମରେ ଦିଆଯାଇଥିଲା ।
ତେବେ ଏଭଳି ଘଟଣା ବଢ଼ିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ କହିଥିଲେ ସରକାର ବିମାନ କମ୍ପାନିଙ୍କୁ ବୋମା ଧମକ ମିଳିବା ଘଟଣାର ମୁକାବିଲା କରିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି, ଯେଉଁଥିରେ ଏଭଳି ଧମକ ଦେଉଥିବା ବ୍ୟକ୍ତିଙ୍କୁ ‘ନୋ ଫ୍ଲାଇଂ’ ତାଲିକାଭୁକ୍ତ କରାଯିବ।