ଓଡ଼ିଶାରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସେବା କାର୍ଯ୍ୟକୁ ପୁରିଲା ୫୨ବର୍ଷ

Published By : Prameya-News7 Bureau | August 25, 2024 IST

କଟକ ୨୫ଓଡ଼ିଶାରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସେବା କାର୍ଯ୍ୟକୁ ପୁରିଲା ୫୨ ବର୍ଷ । ଏହି ଅବସରରେ କଟକର ଝାଞ୍ଜିରୀମଙ୍ଗଳା ସ୍ଥିତ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୧୯୭୩ ମସିହାରେ ଓଡ଼ିଶାରେ ପ୍ରଥମେ କଟକର ତଳ ତେଲେଙ୍ଗା ବଜାରର ଏକ ଛୋଟିଆ ଘରେ ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦି ଏହି ଇଶ୍ବରୀୟ ସେବା ଆରମ୍ଭ କରିଥିଲେ । ତେବେ ବିଶ୍ବରେ ବ୍ରହ୍ମାକୁମାରୀ ସେଵା ୧୯୩୭ ମସିହାରେ ପାକିସ୍ତାନର କରାଚୀ ସହରରେ ପ୍ରଥମେ ଆରମ୍ଭ ହୋଇଥିଲା । ଆଜି ଓଡ଼ିଶାରେ ଏହାର ୫୨ତମ ପ୍ରତିଷ୍ଠା ଦିବସ ପାଳିତ ହେବା ସହ ବିଶ୍ବ ବନ୍ଧୁତ୍ବ ଦିବସ ମଧ୍ୟ ପାଳିତ ହୋଇଛି । ଏ‌ହାସହ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ବରିଷ୍ଠ ସେବାକାରୀ ଦାଦି ପ୍ରକାଶ ମଣୀଙ୍କର ୧୭ତମ ସ୍ମୃତି ଦିବସ ମଧ୍ୟ ଝାଞ୍ଜିରୀମଙ୍ଗଳା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟରେ ପାଳିତ ହୋଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ଶଶୀକାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ  ଓଡିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ରିସର୍ଚ୍ଚର କମ୍ପ୍ରୋଟଲର ଅଫ୍ ଫାଇନାନ୍ସ ଡକ୍ଟର ମନ୍ମଥ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମାକୁମାରୀ ସେବାର ମହାନ୍ ଦିଗ ଗୁଡିକ ଉପରେ ଆଲୋକପାତ କରିଥିଲେ । ଗତ ୫୨ ବର୍ଷ ଭିତରେ ବ୍ରହ୍ମାକୁମାରୀ ଇଶ୍ବରୀୟ ସେବା ଦ୍ବାରା ଲକ୍ଷାଧିକ ଲୋକଙ୍କ ଚରିତ୍ର ଗଠନ ଓ ସଂସ୍କାର ପରିବର୍ତ୍ତନ ଦ୍ବାରା ସମାଜ ପରିବର୍ତ୍ତନରେ ସହାୟକ ହୋଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

You Can Read:

ହଷ୍ଟେଲରେ ଅନ୍ତେବାସୀଙ୍କ ମୃତ୍ୟୁ : ବହିଷ୍କୃତ ହେଲେ ୱାର୍ଡେନ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ପାଇଁ ଚିଠି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.