ବ୍ରିକ୍ସ ସମିଟ୍‌ରେ ସାମିଲ ହେବାକୁ ଋଷ ଗସ୍ତରେ ମୋଦୀ, ଜିନ୍‌ପିଙ୍ଗ୍‌ଙ୍କୁ ଭେଟି କରିବେ ଆଲୋଚନା

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ ୨୨/୧୦: ଋଷ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିଛନ୍ତି । କାଜାନରେ ୨୨ରୁ ୨୪ ଯାଏ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ଆଜି ପ୍ରଧାନମୋନ୍ତ୍ରୀ ମୋଦି ରୁଷରେ ପହଞ୍ଚିବେ, ଆସନ୍ତାକାଲି ଅର୍ଥାତ୍ ୨୩ ଅକ୍ଟୋବରରେ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଆସିବେ। ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ପରେ କାଜାନରେ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ନୈଶ୍ୟ ଭୋଜିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ନୈଶ୍ୟ ଭୋଜିରେ ଯୋଗଦେବା। 

ଏହାପରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମ୍ମିଳନୀ ସହ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ମୋଦି। କିନ୍ତୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋଦିଙ୍କର ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ସେନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.