ବିହାର ପାଇଁ ଯୋଜନା ବର୍ଷା... ରାଜ୍ୟକୁ ମିଳିଲା ଏୟାରପୋର୍ଟ, ମଖାନା ବୋର୍ଡ ଭଳି ଅନେକ କିଛି...

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ ରାଜ୍ୟ ପାଇଁ ଯୋଜନାର ବର୍ଷା  କରିଛନ୍ତି । ଅର୍ଥମନ୍ତ୍ରୀ ରାଜ୍ୟର ଚାଷୀଙ୍କ ପାଇଁ ମଖାନା ବୋର୍ଡ ଗଠନ କରିଛନ୍ତି। ମଖାନା ବୋର୍ଡ ଗଠନ ଫଳରେ ବିହାରରର ଚାଷୀଙ୍କୁ ମଖାନା ଚାଷରେ ସାହାଯ୍ୟ ମିଳିବ। ସେମାନଙ୍କ ଆୟ ବଢ଼ିବ ଏବଂ ରୋଜଗାରର ନୂଆ ଅବସରର ସୃଷ୍ଟି ହେବ। ସୂଚନାଥାଉକି, ବିହାର ଦରଭଙ୍ଗା, ମଧୁବନୀ, ସମସ୍ତୀପୁର, ସୁପୌଲ, ସୀତାମଢ଼ୀ ଜିଲ୍ଲାରେ ମଖାନା ପ୍ରଚୁର ମାତ୍ରାରେ ଉତ୍ପାଦନ କରାଯାଇଥାଏ।

ଏହା ସହ ଅର୍ଥମନ୍ତ୍ରୀ ବିହାରରେ ଏୟାରପୋର୍ଟ ବିସ୍ତାର କରିବାର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ  କହିଛନ୍ତି‘ଉଡାନ’ ସ୍କିମରେ ଦେଶରେ ୧୨୦ ନୂଆ ସ୍ଥାନରୁ ବିମାନସେବା ସହ ଯୋଡ଼ା ଯିବ। ବିହାରରେ ଗ୍ରୀନଫିଲ୍ଡ ଏୟାରପୋର୍ଟ କରିବା ପାଇଁ ଘୋଷଣା କରିଛନ୍ତି । ପାଟନା ଏୟାରପୋର୍ଟ ସଂପ୍ରସାରଣ କରାଯିବ। ବିହଟାରେ ବ୍ରାଉନଫିଲ୍ଡ ଏୟାରପୋର୍ଟ ତିଆରି ହେବ। 

ଏହା ବାଦ ବିହାରରେ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ପାଟନା IITର ସଂପ୍ରସାରଣ କରାଯିବ। ବିହାରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ଟେକ୍ନୋଲୋଜି, ଉଦ୍ୟମିତା ଏବଂ ପରିଚାଳନା ପ୍ରତିଷ୍ଠାନ ସ୍ଥାପନ ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହାଦ୍ବାରା ଏହି କ୍ଷେତ୍ରରେ ଫୁଡ୍‌ ପ୍ରୋସେସିଂକୁ ପ୍ରୋତ୍ସାହନ ମିଳିବ।

ସେହିଭଳି ବନ୍ୟା ବିଭିଷୀକା ସହ ଲଢ଼ୁଥିବା ବିହାରବାସୀଙ୍କ ପାଇଁ ମଧ୍ୟ ବଜେଟ ଆବଣ୍ଟନ ହୋଇଛି। ପଶ୍ଚିମ କୋଶୀ କେନାଲ ଇଆରଏମ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯିବ। ଏହାଦ୍ବାରା ବିହାରର ମିଥିଳାଞ୍ଚଳରେ ୫୦ ହଜାର ହେକ୍ଯରରୁ ଅଧିକ ଜମିରେ ଚାଷୀ କରୁଥିବା ଚାଷୀଙ୍କୁ ଲାଭ ମିଳିବ। 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.