ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ବ୍ୟାଙ୍କ କାନାଡ଼ା ବ୍ୟାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ରବିବାର ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ହେର୍ଫେର୍ କରାଯାଇଛି ବୋଲି କାନାଡ଼ା ବ୍ୟାଙ୍କ କହିଛି। ମାମଲାର ସମାଧାନ ପାଇଁ କମ୍ପାନୀ ଏକ୍ସ ଟିମ୍ ସହ ମିଶି କାମ କରୁଛି। ତେଣୁ କାନାଡ଼ା ବ୍ୟାଙ୍କର ଏକ୍ସ ସାଇଟ୍ରେ କିଛି ପୋଷ୍ଟନ କରିବାକୁ କାନାଡ଼ା ବ୍ୟାଙ୍କ କହିଛି।
ହ୍ୟାକର ବ୍ୟାଙ୍କର ଅଫିସିଆଲ୍ ଆକାଉଣ୍ଟର ନାଁ ପରିବର୍ତ୍ତନ କରି 'ether.fi’ ରଖିଥିବା ବେଳେ ସେହିପରି ଲୋକେସନ ବଦଳାଇ କ୍ୟାମେନ ଆଇଲାଣ୍ଡ କରିଦେଇଥିଲା। ଏହା ପୂର୍ବରୁ ଗତ ସପ୍ତାହରେ ଏକ୍ସିସ୍ ବ୍ୟାଙ୍କର ଅଫିସିଆଲ ସାଇଟ୍ ମଧ୍ଯ ହ୍ଯାକ କରାଯାଇଥିଲା। ଏଥିରେ ବ୍ୟାଙ୍କର ନାଁ ହଟାଇ କେବଳ ଫୁଲ୍ ଷ୍ଟପ୍ ଲଗାଯାଇଥିାଲ।
ଆମ୍ମେମ୍ବଲ ସୁବ୍ବା ରାଓ ପଇ ଜୁଲାଇ ୧୯୦୬ ରେ କର୍ଣ୍ଣାଟକର ମାଙ୍ଗାଲୋରରେ କାନାରା ବ୍ୟାଙ୍କର ପ୍ରତିଷ୍ଠା କରିଥିଲେ। ଏହାପରେ ବ୍ୟବାସାୟରେ ବୃଦ୍ଧି ହେବା ସହ ଭାରତ ଏବଂ ବିଦେଶରେ ୧୩ ଟି ସବ୍ସିଡାରୀ ତଥା ପ୍ରାୟୋଜିତ ଅନୁଷ୍ଠାନ ସହିତ ବ୍ୟାଙ୍କ ଏକ ଅଗ୍ରଣୀ ଆର୍ଥିକ ଗ୍ରୁପ ଭାବରେ ଉଭା ହୋଇଛି।
ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, କାନାରା ବ୍ୟାଙ୍କ ସମସ୍ତ ଭାରତୀୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ୯,୬୦୪ ଶାଖା ଏବଂ ୧୨,୧୫୫ ଏଟିଏମ୍ ମାଧ୍ୟମରେ ୧୧.୧୭ କୋଟି ଲୋକଙ୍କୁ ସେବା ଯୋଗାଉଛି।