ଚେନ୍ନାଇ ୨୬।୦୧ : ଚେନ୍ନାଇ ଚିପକ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚ୍କୁ ଜିତିଛି ଭାରତୀୟ ଟିମ୍ । ଯାହାଫଳରେ ୫ଟିକିଆ ସିରିଜ୍ରେ ୨-୦ରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ତେବେ ୨ୟ ଟି-୨୦ ବିଜୟର ସବୁଠୁ ବଡ଼ ଶ୍ରେୟ ହେଉଛି ଯୁବ ବ୍ୟାଟର ତିଲକ ବର୍ମାଙ୍କର ବୋଲି କହିଛନ୍ତି ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ।
ଚେନ୍ନାଇର ଅନୁଷ୍ଠିତ ୨ୟ ଟି-୨୦ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୬୫ ରନ୍ ସଂଗ୍ରହ କରିଥିଲା । ଜବାବରେ ୧୬୬ ରନ୍ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ଦମ୍ଦାର ବ୍ୟାଟିଂ ଥାଇ ବି ଭାରତୀୟ ଟିମ୍ ସଙ୍କଟରେ ପଡିଥିଲା , ହେଲେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ବ୍ୟାଟର ତିଲକ ବର୍ମା ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିଲା । ବରଂ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବ୍ୟାଟର ଫେରିଥିଲେ ପ୍ୟାଭିଲିୟନ । ସାଥୀ ବ୍ୟାଟରଙ୍କ ସହ ସହିତ ଛୋଟ ଛୋଟ ପାର୍ଟନରସିପ କରି ଶେଷରେ ଟିମ୍କୁ ବିଜୟୀ ଦେଇଥିଲେ ତିଲକ ବର୍ମା ।
ତେବେ ମ୍ୟାଚ୍ ଶେଷ ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର କହିଛନ୍ତି ଯେ, ଭାରତ ବିଜୟର ବଡ଼ ଶ୍ରେୟ ହେଉଛି ଯୁବ ବ୍ୟାଟର ତିଲକ ବର୍ମାଙ୍କର । ସେ ଯେଉଁଭଳି ଭାବେ ଗୋଟିଏ ପଟେ ଛିଡା ହୋଇ ଅନ୍ୟ ବ୍ୟାଟରଙ୍କ ସହିତ ମିଶି ଛୋଟ ଛୋଟ ପାର୍ଟନରସିପ କରିଲେ । ତାହା ପ୍ରଶଂସାଯୋଗ୍ୟ । ତେଣୁ ମୋ ମତରେ ଯଦି ଆମ ବିଜର କିଏ ବାଧକ ସାଜିଥାଏ । ସେ ହେଉଛନ୍ତି ଯୁବ ବ୍ୟାଟର ତିଲକ ବର୍ମା । ତିଲକ ବର୍ମା ଯେଉଁଭଳି ବି ନିଜର ଟ୍ୟାଲେଣ୍ଟ ପ୍ରତିପାଦନ କରିଛନ୍ତି , ତାହା ପ୍ରଶଂସନୀୟ ।
ସୂଚନାଯୋଗ୍ୟ ଯେ, ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ୫ଟିକିଆ ଟି-୨୦ ସିରିଜ୍ । ପ୍ରଥମ ମ୍ୟାଚ୍ ଜାନୁଆରୀ ୨୨ ତାରିଖରେ ଥିଲା । ଯାହାକୁ ଭାରତୀୟ ଟିମ୍ ବିଜୟୀ ହୋଇଛି । ୨୫ ତାରିଖରେ ୨ୟ ଟି-୨୦ ଚେନ୍ନାଇ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯାଇଛି । ଯାହାକୁ ବିଜୟୀ ହୋଇଛି ଭାରତୀୟ ଟିମ୍ । ଆଉ ଏବେ ତୃତୀୟ ୩ୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୮ରେ ରାଜକୋଟରେ ଖେଳାଯିବ, ୪ର୍ଥ ଟି-୨୦ ମ୍ୟାଚ୍ ଜାନୁଆରୀ ୩୧ରେ ପୁନେରେ ଖେଳାଯିବ, ଶେଷରେ ପଞ୍ଚମ ଟି-୨୦ ମ୍ୟାଚ୍ ଫେବୃଆରୀ ୨ରେ ମୁମ୍ବାଇରେ ଖେଳାଯିବ। ଭାରତ ୫ଟିକିଆ ସିରିଜ୍ରେ ୨-୦ରେ ଆଗୁଆ ରହିଛି ।