ନୂଆଦିଲ୍ଲୀ: ତିନୋଟି ଗ୍ରାଣ୍ଡ ସ୍ଲାମ ଜିତି ନିଜ ଦେଶ ଇଟାଲୀ ପାଇଁ ଇତିହାସ ରଚିଛନ୍ତି ପୁରୁଷ ଟେନିସ ଖେଳାଳି ଜାନିକ ସିନ୍ନର। ସେ ନିକୋଲା ପିଓଟ୍ରାନ ଗେଲିଙ୍କ ଦୁଇଟି ଗ୍ରାଣ୍ଡସ୍ଲାମ ରେକର୍ଡକୁ ଭାଙ୍ଗିଛନ୍ତି। ସିନ୍ନର ଅଷ୍ଟ୍ରେଲିଆନ ଓପନ ପୁରୁଷ ଏକକ ବର୍ଗ ଫାଇନାଲ୍ରେ ଦ୍ଵିତୀୟ ସିଡ୍ ଆଲେକଜାଣ୍ଡାର ଜେଭେରେଭଙ୍କୁ ୬-୩, ୭-୬(୭-୪), ୬-୩ ସେଟ୍ରେ ହରାଇ ଅଷ୍ଟ୍ରେଲିଆନ ଓପନ ବଜାୟ ରଖିଛନ୍ତି। ଦୁଇ ଘଣ୍ଟା ୪୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଫାଇନାଲ୍ ମୁକାବିଲାରେ ଇଟାଲୀର ଏହି ଖେଳାଳି ଜର୍ମାନୀର ଜୁଭେରେଭଙ୍କୁ ହରାଇଛନ୍ତି।
ନିଜ କ୍ୟାରିୟରରେ ପ୍ରଥମ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଜିତିଥିବା ସିନ୍ନର ଏ ପର୍ଯ୍ୟନ୍ତ ତିନୋଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ଏଥିସହ ଜେଭେରେଭଙ୍କ ବିରୋଧରେ ପରାଜୟ ବ୍ୟବଧାନକୁ ସେ ୩-୪କୁ ହ୍ରାସ କରିଛନ୍ତି। ଅନ୍ୟପଟେ ଗ୍ରାଣ୍ଡସ୍ଲାମ ଫାଇନାଲ୍ରେ ଜେଭେରେଭଙ୍କ ଦୁର୍ଭାଗ୍ୟ ଜାରି ରହିଛି। ଗତ ବର୍ଷ ରୋଲାଣ୍ଡ ଗାରୋସରେ ଏହି ଖେଳାଳିଙ୍କୁ କାର୍ଲୋସ ଅଲକରାଜଙ୍କଠୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଏବେ ଅଷ୍ଟ୍ରେଲିଆନ ଓପନରେ ପରାଜୟ ଭୋଗି ଆଉ ଏକ ଗ୍ରାଣ୍ଡସ୍ଲାମ ବିଜୟରୁ ବଞ୍ଚିତ ହୋଇଛନ୍ତି।
3 Grand Slam wins, 2 #AusOpen titles, 1 JANNIK SINNER 😍
— #AusOpen (@AustralianOpen) January 26, 2025
Dominated from start to finish 👏@janniksin • #AO2025 pic.twitter.com/WvaAjsucNe
ଜେଭେରେଭ ୧୯୯୬ରେ ଟେନିସ ଖେଳାଳି ବୋରିସ ବେକରଙ୍କ ପରେ କୌଣସି ବଡ ଟୁର୍ଣ୍ଣାମେଣ୍ଟ ଜିତି ପ୍ରଥମ ଜର୍ମାନୀ ଖେଳାଳି ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଫାଇନାଲ୍ରେ ୪୫ ଅନଫୋଲ୍ଡ ତ୍ରୁଟି କାରଣରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପଟେ ବିଶ୍ଵର ଏକ ନମ୍ବର ଟେନିସ ଖେଳାଳି ଜାନିକ ସିନ୍ନର ନିଜର ଦମଦାର ପ୍ରଦର୍ଶନ ବଜାୟ ରଖି ଟାଇଟଲ ନିଜ ନାଁରେ କରିଛନ୍ତି।
ସିନ୍ନରଙ୍କ ଏହା ଗତ ୧୩ ମାସରେ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ୍। ସେ ଗତ ବର୍ଷ ଅଷ୍ଟ୍ରେଲିଆ ଓପନର ବିଜେତା ରହିଥିଲେ। ଏହା ପରେ ୟୁଏସ ଓପନ ଜିତିଥିଲେ। ଆଉ ଏବେ ସେ ଅଷ୍ଟ୍ରେଲିଆନ ଓପନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ବିଶ୍ଵର ଦ୍ଵିତୀୟ ନମ୍ବର ଟେନିସ ଖେଳାଳିଙ୍କ ପୁଣି ଥରେ ଗ୍ରାଣ୍ଡସ୍ଲାମ ଜିତିବା ସ୍ଵପ୍ନ ଚୂରମାର ହୋଇଛି।