ନୂଆଦିଲ୍ଲୀ ୨୭/୦୧: ଚାମ୍ପିଅନ୍ସ ଟ୍ରଫି ଠିକ୍ ପୂର୍ବରୁ ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି ବିରାଟ କୋହଲି । ଏମିତକି ଦଳକୁ କମ୍ ବ୍ୟାକି କରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସେ । ଏବେ ସେ ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳୁଥିବା ନଜର ଆସିଛନ୍ତି । ନିଜ ଲୟ ପାଇବାକୁ କୋହଲି ଏବେ ନିଜ ପୁରୁଣା କୋଚ୍ଙ୍କ ସାହାଯ୍ୟ ନେଇଛନ୍ତି । ସେ ହେଉଛନ୍ତି ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଠାରୁ ନେଉଛନ୍ତି ସ୍ପେଶାଲ ଟ୍ରେନିଂ ।
Virat Kohli working with Sanjay Banger in Mumbai. 🙇♂️ pic.twitter.com/T4zEhC2D2f
— Mufaddal Vohra (@mufaddal_vohra) January 25, 2025
ବାଙ୍ଗର ତାଙ୍କୁ ସ୍ପେଶାଲ କୋଚିଂ ଦେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ ୨୦୧୪ ରୁ ୨୦୧୯ ମଧ୍ୟରେ କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଥିଲେ । ସେହିଭଳି କୋହଲି ଏବେ ଦିଲ୍ଲୀ ରଣଜୀ ଟିମ୍ ପାଇଁ ଖେଳିବେ । ଆସନ୍ତା ୩୦ ଜାନୁୟାରୀରୁ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ରେଳବାଇ ବିପକ୍ଷରେ ଖେଳିବେ । କୋହଲି ଅଷ୍ଟ୍ରେଲିୟାରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ୯ଟି ଇଂନିସରେ ମାତ୍ର ୧୯୦ ରନ୍ କରିଥିଲେ।
୩୬ ବର୍ଷୀୟ କୋହଲି ଅଫ୍ ଷ୍ଟମ୍ପ ଏବଂ ବାହାରକୁ ଯାଉଥିବା ବଲ୍ରେ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏବେ ସେ ଜୋରଦାର କମ୍ବ୍ୟାକ୍ କରିବାକୁ ତୟାର ହେଉଛନ୍ତି । ବ୍ୟାଟିଂ କୋଚ୍ ବାଙ୍ଗରଙ୍କ ନେତୃତ୍ୱରେ କୋହଲିଙ୍କ ଫର୍ମ ଥିଲା ଜବରଦସ୍ତ । ଏହା ପୂ୍ର୍ବରୁ ବି ଆରସିବିରେ ବାଙ୍ଗର ଓ କୋହଲିଙ୍କ ଯୋଡି ଦେଖିବାକୁ ମିଳିଥିଲା ।
you can also read...
ବୁମ୍ ବୁମ୍ ବୁମରା...ଗୁଞ୍ଜରିତ ହେଲା ଷ୍ଟାଡିୟମ, କ୍ରିକେଟରଙ୍କ ପାଇଁ ଗୀତ ଗାଇଲେ କ୍ରିସ୍ ମାର୍ଟିନ୍