ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 07, 2024 IST

indiatoday

ନୂଆଦିଲ୍ଲୀଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  ମହୁଆ ଜାତୀୟ ମହିଳା କମିଶନ ରେଖା ଶର୍ମାଙ୍କ ବିରୋଧରେ ସୋସିଆଲ୍ ମିଡିଆ ଏକ୍ସରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ଶୁକ୍ରବାର ମହିଳା କମିଶନ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ ଟିଏମ୍‌ସି ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି।

ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ସେଲ୍‌ର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପରେସନ୍ସ (IFSO) ମହୁଆଙ୍କ ଏକ୍ସ ଆକାଉଣ୍ଟର ତନାଘନା କରିବ। ଏହା ମାମଲାରେ ପରବର୍ତ୍ତି ତଦନ୍ତ ଆରମ୍ଭ ହେବ।  

ସୂଚନା ଥାଉକି ଗୁରୁବାର ମହିଳା କମିଶନ ରେଖା ଶାର୍ମ ହାଥରସ ଦଳାଚଟକା ମାମଲାର ଯାଞ୍ଚ ପାଇଁ ଘଟଣା ସ୍ଥଳ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଜଣେ ବ୍ୟକ୍ତି ଛତା ଧରି ରେଖା ଶର୍ମାଙ୍କ ଫଛେ ପଛେ ଯାଉଥିଲେ। ଏହାକୁ ଜଣେ ୟୁଜର ଏକ୍ସରେ ଶେୟାର କରିଥିଲେ। ଏବଂ ରେଖା ଶର୍ମା କାହିଁକି ନିଜ ଛତା ଧରିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ଟ୍ୱିଟର ଉତ୍ତର ଦେଇ ମହୁଆ ମୋଇତ୍ର ଲେଖିଥିଲେ ସେ(ରେଖା ଶର୍ମା) ତାଙ୍କ ବସ୍‌ର ପଜାମା ଧରିବାରେ ବ୍ୟସ୍ତ ଅଛନ୍ତି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.