କାଶୀପୁର କନିଷ୍ଠ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା, ରେଡ୍ ବେଳେ ଅସୁସ୍ଥ ହୋଇପଡିଛନ୍ତି JE

Published By : Prameya-News7 Bureau | September 01, 2024 IST

ରାୟଗଡା ୧।୯: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଶନିବାର ଭିଜିଲାନ୍ସ ଚଢାଉ କରିଥିଲା । ତେବେ ରେଡ୍ ବେଳେ ସେ ଅସୁସ୍ଥ ହୋଇପଡିବାରୁ ରବିବାର ତାଙ୍କ ଘରେ ପୁଣି ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ତେବେ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜେଇଙ୍କ ଘରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି । ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ୍ ଠାବ ହୋଇଛି । 

ଶନିବାର ରାୟଗଡ଼ା ସହରର ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମାଣ୍ଡିବିସି ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ । ରାୟଗଡ଼ା ସହରର ରାଣୀଗୁଡା ସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଟିମ୍ ଧରିବା ପରେ କନିଷ୍ଠ ଯନ୍ତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ । 

ଏହି ଘଟଣାର ତଦନ୍ତ କରୁଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଓ ଇନ୍ସପେକ୍ଟର ତରୁଲତା ବେହେରା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । କନିଷ୍ଠ ଯନ୍ତ୍ରୀ ସୁସ୍ଥ ହେବା ପରେ ଅଧିକ ତଦନ୍ତ କରିବ ଭିଜିଲାନ୍ସ ।

You Can Read:

ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ, ରେଡ୍ ବେଳେ ଠାବ ହୋଇଥିଲା ୩୫.୬୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.