ଓଡ଼ିଶାକୁ ୪୫୫ କୋଟି ଅନୁଦାନ ଦେଲା କେନ୍ଦ୍ର

Published By : Prameya-News7 Bureau | December 25, 2024 IST

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ଓଡ଼ିଶା ପାଇଁ ୪୫୫ କୋଟି ଅର୍ଥ ମଞ୍ଜୁର କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ କିସ୍ତିକୁ ମିଶାଇ ଏହି ଅର୍ଥ ପ୍ରଦାନ କରାଯାଇଛି। ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ମଞ୍ଜୁର ଅର୍ଥ ୩୦ ଜିଲ୍ଲାର ୩୧୪ ବ୍ଲକର ୬୭୯୪ ପଞ୍ଚାୟତରେ ଖର୍ଚ୍ଚ ହେବ। 

ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଓଡ଼ିଶା ପାଇଁ ୪୫୫ କୋଟି ଅର୍ଥ ମଞ୍ଜୁର କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି।

Also read: ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତକୁ ନେଇ ତେଜିଲା ରାଜନୀତି; କମିଶନଙ୍କ ଅଫିସରେ ଝୁଲୁଛି ତାଲା

 

             

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.