ଫ୍ରେଣ୍ଡସିପ୍ ଡେ’ରେ ନିଜେ ଫୁଡ ଡେଲିଭରୀ କରିବାକୁ ବାହାରିପଡିଲେ ଜୋମାଟୋ CEO, ବାଣ୍ଟିଲେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍

Published By : Prameya-News7 Bureau | August 06, 2023 IST

ନୂଆଦିଲ୍ଲୀ ୬।୮: ରେଷ୍ଟୁରାଣ୍ଟ ଏଗ୍ରିଗ୍ରେଟର ତଥା ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦୀପିନ୍ଦର ଗୋୟଲ ୬ ଅଗଷ୍ଟ ରବିବାର ଫ୍ରେଣ୍ଡସିପ୍ ଡେ’କୁ ଖାସ୍ ଉପାୟରେ ପାଳନ କରିଛନ୍ତି। ଏହି ଦିନଟିକୁ ପାଳନ କରିବାକୁ ଓ ବନ୍ଧୁତ୍ୱର ବାର୍ତ୍ତା ଦେବାକୁ ଦୀପିନ୍ଦର ନିଜେ ମୋଟରସାଇକେଲରେ ଫୁଟ ଡେଲିଭରି କରିବାକୁ ବାହାରିଥିଲେ। ଏହାର ସୂଚନା ସେ ଟ୍ୱିଟ୍‌ କରିଦେଇଛନ୍ତି।  ଏ ବାବଦେ ସେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ବୁଲେଟ୍ ନାମରେ ପ୍ରଶିଦ୍ଧ ରୟାଲ ଏନଫିଲ୍ଡ ବାଇକ୍‌ ଚଳାଉଥିବାର ଦେଖାଯାଉଛି।

{"id":827149,"sizeSlug":"large","linkDestination":"none"}

ସେ ସେୟାର କରିଥିବା ଫଟୋରେ ଗୋଟିଏ ହାତରେ କିଛି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ଧରିଥିବାର ମଧ୍ୟ ଦେଖାଯାଉଛି। ଏ ବାବଦେ ସେ ଟ୍ୱିଟ୍‌ରେ ଯାହା ଉଲ୍ଲେଖ କରିଛନ୍ତି ସେଥିରେ ‘ଆମ ଡେଲିଭରୀ ପାର୍ଟନର୍ସ, ରେଷ୍ଟୁରାଣ୍ଟ ପାର୍ଟନର୍ସ ଓ ଗ୍ରାହକଙ୍କୁ ଖାଦ୍ୟ ସହ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ଡେଲିଭରୀ କରିବାକୁ ଯାଉଥିବା ଉଲ୍ଲେଖ କରିଛନ୍ତି’।  ଏହା ସହିତ ସେ ୬ ଅଗଷ୍ଟ ରବିବାରକୁ ବହୁତ ଭଲ ରବିବାର ବୋଲି ମଧ୍ୟ ଲେଖିବାକୁ ଭୁଲି ନାହାନ୍ତି। ଦୀପିନ୍ଦର ଗୋୟଲଙ୍କ ଏହି ପୋଷ୍ଟ ଉପରେ ତାଙ୍କ କାମକୁ ବେଶ୍ ପ୍ରଶଂସା କରାଯାଉଛି। ଏଥିରେ କିଛି ୟୁଜର ଜୋମାଟୋକୁ ନେଇଥିବା ସେମାନଙ୍କର ଅଭିଯୋଗ ମଧ୍ୟ ଉଲ୍ଲେଖ କରୁଛନ୍ତି।

wp:html /wp:html

ଏଥିରେ ଜଣେ ୟୁଜର ଜୋମାଟୋର ଅର୍ଡର ଆଜି ସ୍ୱିଗିଠାରୁ ମଧ୍ୟ ଅଧିକ, ଯେଉଁଠି ଲୋକେ କମ୍ପାନୀର ସିଇଓଙ୍କୁ ଭେଟିପାରିବାର ମଧ୍ୟ ଆଶା କରିପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଆଉ ଜଣେ ୟୁଜର ‘ଧନ୍ୟବାଦ ଜୋମାଟୋ, ହାଉସ୍ ହେଲପ୍‌ଙ୍କ ଅନୁପସ୍ଥିତିରେ ମୋର ଫୁଡ ଫ୍ରେଣ୍ଡ ହୋଇପାରିଥିବାରୁ ଅନେକ ଅନେକ ଧନ୍ୟବାଦ’ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଆଡଭୋକେଟ୍ ଚିରାଗ ଶାହ ନାମକ ଜନୈକ ୟୁଜର ଜୋମାଟୋ ସିଇଓଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ‘ଆପଣ କୌଣସି ଷ୍ଟାର୍ଟଅପ ସଂସ୍ଥାପକଙ୍କ ଲାଗି ବାସ୍ତବିକ ରୋଲମଡେଲ’ ଓ ଆପଣଙ୍କ କମ୍ପାନୀର ଏକ କ୍ଷୁଦ୍ର ସେୟାରଧାରୀ ଭାବେ ମୁଁ ବହୁତ୍ ଖୁସି ବୋଲି ସେ ଉଲ୍ଲେଖ କରିଛନ୍ତି।

ସ୍ୱିଗି ପରେ ଏବେ ଗ୍ରାହକଙ୍କଠୁ ଜୋମାଟୋ ଅସୁଲ କରିବ ପ୍ଲାଟଫର୍ମ ଫି, ଜାଣନ୍ତୁ ଅର୍ଡର ପିଛା ପଡୁଛି କେତେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.