ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଭୋଟ, ବରିଷ୍ଠ ନାଗରିକଙ୍କ ମଧ୍ୟରେ ବଢିଛି ଉତ୍ସାହ: ସିିଇଓ

Published By : Prameya-News7 Bureau | June 01, 2024 IST

ଭୁବନେଶ୍ୱର ୦୧/୦୬: ଆଜି ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ l ୬ ଟି ସଂସଦୀୟ କ୍ଷେତ୍ର ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ୬ଟି ଲୋକସଭା ତଥା ଭଦ୍ରକ, ବାଲେଶ୍ଵର, ଜଗତସିଂପୁର, ଯାଜପୁର , କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ଚାଲିଛି l 

ଏଥିରେ ପ୍ରାୟ ୧ କୋଟି ଭୋଟର l ସୁରୁଖୁରୁରେ ଚାଲିଛି l ଯେଉଁଠି ତ୍ରୁଟି ଥିଲା ଠିକ କରାଯାଇଅଛି l ସକାଳ ୯ ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଛି l ବରିିଷ୍ଠ ନାଗରିକଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି l ଯୁବ ଭୋଟର ମାନେ ମଧ୍ୟ ଏହାକୁ ନେଇ ନିଜ ସଠିକ ମତ ପୋଷଣ କରନ୍ତୁ l ୨୦୧୯ରେ ଏହି ୬ ଟି ସ୍ଥାନରେ ୭୪.୩୮ ପ୍ରତିଶତ ଥିଲା, ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା l 

ଗଣମାଧ୍ୟମ ସଂସ୍ଥା ମାନଙ୍କୁ ଅନୁରୋଧ ସତ୍ୟ ଖବର ପ୍ରସାରଣ କରନ୍ତୁ l ସମୟ ସମୟରେ ଭୁଲ ଖବର ଭୋଟର ମାନଙ୍କୁ ନିରୁତ୍ସାହିତ କରିଥାଏ l ୬୨୭୯ ମତଦାନ କେନ୍ଦ୍ରରୁ ୱେବ କାଷ୍ଟିଂ ଚାଲିଛି l ୧୦୮୮୨ ଟି ମତଦାନ କେନ୍ଦ୍ର ରେ ଭୋଟିଂ ଚାଲିଛି ବର୍ତ୍ତମାନ ସୁଦ୍ଧା ୭୯ ବାଲାଟ ୟୁନିଟ ୧୦୬ କଣ୍ଟ୍ରୋଲ ୟୁନିଟ ଓ ୨୩୩ ଟି ଭିଭିପାଟ ପରିବର୍ତ୍ତନ ହେଇଛି l 

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.