ଚମ୍ପୁଆ ବିଧାୟକଙ୍କୁ ବଡ଼ ଆଶ୍ୱସ୍ତି, ନିର୍ବାଚନୀ ଅନିୟମିତତା ମାମଲାକୁ ଖାରଜ କଲେ କୋର୍ଟ

Published By : Prameya-News7 Bureau | September 18, 2024 IST

କଟକ ୧୮/୦୯: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ଦାୟର ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ନିର୍ଦ୍ଦିଷ୍ଟ ସମୟ ଭିତରେ ମାମଲା ଦାୟର ହୋଇନଥିବା କାରଣରୁ, ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । 

ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ବିଜୟୀ ହୋଇଛନ୍ତି । ତେବେ ସେ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବାର ଅଭିଯୋଗ କରି ଜଣେ ସ୍ଥାନୀୟ ଭୋଟର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । କିନ୍ତୁ ନିର୍ବାଚନ ଫଳ ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ମାମଲା ଦାୟର କରିବାକୁ ନିୟମ ରହିଛି । ଯାହାକୁ ଆବେଦନକାରୀ ପାଳନ କରିନାହାନ୍ତି ଦର୍ଶାଇ ଆଜି ହାଇକୋର୍ଟ ମାମଲାକୁ ଖାରଜ କରିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.